ଅପରାଧ

ବାଂଲାଦେଶୀ ଆତଙ୍କବାଦୀକୁ ୭ ବର୍ଷ ଜେଲ୍..

ବାଂଲାଦେଶୀ ଆତଙ୍କବାଦୀକୁ ସାତ ବର୍ଷ କାରାଦଣ୍ଡ । ବେଙ୍ଗାଲୁରୁର ଜାତୀୟ ଅନୁସନ୍ଧାନ ଏଜେନ୍ସିର ସ୍ୱତନ୍ତ୍ର କୋର୍ଟ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ଜଣେ ବାଂଲାଦେଶୀ ନାଗରିକଙ୍କୁ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବାଂଲାଦେଶୀ ନାଗରିକ ଜାହିଦୁଲ ଇସଲାମ ଜମାତ-ଉଲ-ମୁଜାହିଦ୍ଦିନ ବାଂଲାଦେଶ ଭାରତଙ୍କ ନିର୍ଦ୍ଦେଶରେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଥିବା ନେଇ ଅଭିଯୋଗ ହୋଇଥିଲା ।

ସୋମବାର ଏନଆଇଏ ଏକ ବିବୃତ୍ତି ଜାରି କରି କହିଛି ଯେ, ଡକାୟତି, ଷଡଯନ୍ତ୍ର ଏବଂ ଟଙ୍କା ଚୋରା ଚାଲାଣ ତଥା ଗୁଳି ବିନିମୟ ମାମଲାରେ ଜଡିତ ଥିବାରୁ ଜାହିଦୁଲ ଇସଲାମ ଓରଫ୍ କୌସର ଉପରେ ୫୭,୦୦୦ ଟଙ୍କା ଜୋରିମାନା ଲଗାଯାଇଛି । ଏଥିସହ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଯାଇଛି । କୌସର ସହ ସମୁଦାୟ ୧୧ ଜଣ ଅଭିଯୁକ୍ତ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅକ୍ଟୋବର ୨୦୧୪ରେ ବର୍ଦ୍ଧବାନରେ ହୋଇଥିବା ବିସ୍ଫୋରଣ ମାମଲାରେ ସେ ଏବଂ ତାଙ୍କ ସହଯୋଗୀମାନେ ସମ୍ପୃକ୍ତ ଥିବା ଏନଆଇଏ କହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button