ଅପରାଧ

୨୦ଦିନ ଭିତରେ ୨ଜଣ ପ୍ରେମିକାଙ୍କୁ ବିବାହ କଲା ୧୯ବର୍ଷୀୟ ଯୁବକ – Kalinga News

[ad_1]

ନୂଆଦିଲ୍ଲୀ: ୨୦ଦିନ ଭିତରେ ୨ଜଣ ପ୍ରେମିକାଙ୍କୁ ବିବାହ କଲେ ୧୯ବର୍ଷୀୟ ଯୁବକ। ଖବରଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ବିହାରର ଜାମୁଇ ଜିଲ୍ଲାରେ ଘଟିଛି ଏଭଳି ଘଟଣା। ୨ଟି ଯାକ ଘଟଣାରେ ଯୁବକ ନିଜ ପ୍ରେମିକାଙ୍କୁ ଦେଖା କରିବାକୁ ଯାଇଥିବା ବେଳେ ଧରାପଡ଼ିଥିଲେ ଏବଂ ପରେ ଗାଁ ଲୋକେ ତାଙ୍କର ବିବାହ କରାଇଥିଲେ। ଯୁବକଙ୍କ ନାମ ବିନୋଦ କୁମାର ବୋଲି ଜଣାପଡ଼ିଥିବା ବେଳେ ସେ ଉଭୟ ପ୍ରୀତି ଓ ଗିରିଜାଙ୍କୁ ବିବାହ କରିଛନ୍ତି। ଦ୍ବିତୀୟ ବିବାହକୁ ପ୍ରୀତି ବିରୋଧ କରୁଥିବା ବେଳେ ଗିରିଜା ଖୁସିଥିବା କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ବିନୋଦ ଫେସବୁକ ଜରିଆରେ ପ୍ରୀତିଙ୍କୁ ଭେଟିଥିଲେ। ପ୍ରୀତି ବିବାହିତ ଥିବା ସହ ଗୋଟାଏ ସନ୍ତାନର ମା’ ମଧ୍ୟ ଥିଲେ। ତଥାପି ସେ ବିନୋଦଙ୍କୁ ମନ ଦେଇ ବସିଥିଲେ। ଦୁହେଁ ପରସ୍ପରର ପ୍ରେମରେ ପଡ଼ିବା ପରେ ଏପ୍ରିଲ ୨୨ରେ ପରସ୍ପରକୁ ଭେଟିବାକୁ ଯୋଜନା କରିଥିଲେ। ଏହା ପରେ ପ୍ରୀତିଙ୍କ ଘରକୁ ଭେଟିବାକୁ ଆସିଥିଲେ ବିନୋଦ। ଏହି ସମୟରେ ପ୍ରୀତିଙ୍କ ଶାଶୁଘର ଲୋକେ ଦୁହିଁଙ୍କୁ ସାଥିରେ ଦେଖିବା ପରେ ମନ୍ଦିରରେ ବିବାହ କରାଇଥିଲେ। ବିବାହ ପରେ ପ୍ରୀତିଙ୍କୁ ନେଇ ଘରକୁ ଆସିବା ପ‌ରେ ରାଗିଯାଇଥିଲେ ବିନୋଦଙ୍କ ପ୍ରଥମ ପ୍ରେମିକା। ପ୍ରୀତିଙ୍କ ପୂର୍ବରୁ ସେ ନିଜ ଗାଁର ଗିରିଜାଙ୍କୁ ଭଲ ପାଉଥିଲେ। ହେଲେ ଏହି ସମୟରେ ସେ ଫେସବୁକରେ ପ୍ରୀତିଙ୍କୁ ଦେଖି ତାଙ୍କୁ ମନ ଦେଇବସିଥିଲେ। ପ୍ରୀତିଙ୍କ ସହ ବିବାହ ଖବର ପାଇ ଗିରିଜା ଦୁଃଖୀ ହେବାରୁ ତାଙ୍କ ସହ ସମ୍ପର୍କ ଭାଙ୍ଗିନଥିଲେ ବିନୋଦ। ପ୍ରତିଦିନ ଗିରିଜାଙ୍କୁ ଦେଖା କରିବାକୁ ଯାଉଥିବା ବିନୋଦକୁ ମେ’ ୧୨ରେ ଗାଁ ଲୋକେ ଧରିବା ସହ ଜୋର ଜବରଦସ୍ତ ଦୁହିଁଙ୍କ ବିବାହ କରାଇଥିଲେ। ଦ୍ବିତୀୟ ବିବାହ ବିଷୟରେ ଜାଣି ପ୍ରୀତି ଏହାକୁ ଗ୍ରହଣ କରୁନଥିବା ବେଳେ ଗିରିଜାଙ୍କର କୌଣସି ସମସ୍ୟା ନଥିବା ସେ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button