ଅପରାଧ

ଜୀବନ ହାରିବାକୁ ଉଦ୍ୟମ କରୁଥିଲେ ସାଂସଦ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ହୋଇଛନ୍ତି ଭର୍ତ୍ତି – Kalinga News

[ad_1]

ତାମିଲନାଡୁ: ତାମିଲନାଡୁ ଇରୋଡର ଏମଡିଏମକେ ସାଂସଦ ଗଣେଶମୂର୍ତ୍ତି ସୋମବାର ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା ଚିକିତ୍ସା କରୁଥିବା ଡାକ୍ତରମାନେ ସୂଚନା ଦେଇ କହିଛନ୍ତି।

ଗଣେଶମୂର୍ତ୍ତିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ରଖାଯାଇଛି। ଅଧିକ ଚିକିତ୍ସା ପାଇଁ ସାଂସଦଙ୍କୁ କୋଏମ୍ବଟୁରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଗଣେଶମୂର୍ତ୍ତିଙ୍କୁ ଭେଟିବା ପାଇଁ ଅନେକ ନେତା, ମନ୍ତ୍ରୀ  ଓ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚିଛନ୍ତି। ସାଂସଦ ଗଣେଶମୂର୍ତ୍ତି ଜୀବନ ହାରିବା ଭଳି ପଦକ୍ଷେପ କେଉଁ କାରଣ ପାଇ ଉଠାଇଥିଲେ ସେନେଇ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।

ଏଥିସହିତ ଏହି ଘଟଣାରେ ଗଣେଶମୂର୍ତ୍ତିଙ୍କ ପରିବାର ଓ ପୁଲିସ ବି ଏଯାବତ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି। ପୁଲିସ ଗଣେଶମୂର୍ତ୍ତି ସୁସ୍ଥ ହେବାକୁ ଅପେକ୍ଷା କରିଛି। ଏହାପରେ ତାଙ୍କର ବୟାନ ରେକର୍ଡ କରାଯିବ ବୋଲି ପୁଲିସ କହିଥିବା ବେଳେ ଯାଞ୍ଚ ଜାରି ଅଛି ବୋଲି କହିଛି।

 

୨୦୧୯ ଲୋକସଭା ନିର୍ବାଚନରେ ଗଣେଶମୂର୍ତ୍ତିଙ୍କୁ ଦ୍ରାବିଡ଼ ମୁନେତ୍ର କଜଗମରୁ ଟିକେଟ ମିଳିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button