ରାଜ୍ୟ

ନିଗମାନନ୍ଦ ଭକ୍ତ ସମ୍ମିଳନୀ: ଆଖି ବୁଜିଲେ ୨ ଭକ୍ତ

ପୁରୀ: ପୁରୀ-କୋଣାର୍କ ରୋଡ୍‌ ବାଲିଘାଇ ଛକସ୍ଥିତ ନିଗମାନନ୍ଦ ସାର୍ବଭୌମ ଭକ୍ତ ସମ୍ମିଳନୀରେ ଅଘଟଣ ଘଟିଛି। ସମ୍ମିଳନୀ ଚାଲିଥିବା ବେଳେ ଦୁଇଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି। ସେମାନେ ହେଲେ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁରର ରବୀନ୍ଦ୍ରନାଥ ପାଲ(୫୫) ଓ କଟକ ଜିଲ୍ଲା ସାଆନ୍ତସାହିର ଜଗନ୍ନାଥ ସାମଲ (୫୭)। ଉଭୟଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମୃତ ଘୋଷଣା କରିଥିଲେ। ହୃଦ୍‌ଘାତରେ ଦୁହିଁଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି। ତେବେ ପୁଲିସ ଶବ ବ୍ୟବଚ୍ଛେଦ କରାଇ ନ ଥିବାରୁ ମୃତ୍ୟୁ କାରଣ ସ୍ପଷ୍ଟ ହୋଇନି। ଅନ୍ୟପକ୍ଷରେ ଗତକାଲି ଗଞ୍ଜାମ ଜିଲ୍ଲା ପୋଲସରାର ବୃଦ୍ଧା ପ୍ରଭାସିନୀ ପାଣିଗ୍ରାହୀଙ୍କର ମୃତ୍ୟୁ ହୋଇଥିଲା। ପ୍ରଭାସିନୀଙ୍କ ମୃତ୍ୟୁର କାରଣ ମଧ୍ୟ ସ୍ପଷ୍ଟ ହୋଇନି।

ସେ ସମ୍ମିଳନୀ ଚାଲିଥିବାବେଳେ ପ୍ରାଣ ହରାଇଥିଲେ। ୨୬ ତାରିଖରୁ ପୁରୀ-କୋଣାର୍କ ରୋଡ୍‌ ବାଲିଘାଇ ଛକଠାରେ ଆରମ୍ଭ ହୋଇଛି ଠାକୁର ନିଗମାନନ୍ଦଙ୍କ ସାର୍ବଭୌମ ଭକ୍ତ ସମ୍ମଳନୀ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ଯୋଗ ଦେଇଛନ୍ତି। ମୃତ ରବୀନ୍ଦ୍ରନାଥଙ୍କ ଭାଇ ଓ ପୁତୁରା କହିଛନ୍ତି, ଆଜି ଅପରାହ୍ଣ ସାଢ଼େ ୩ଟାରେ ହଠାତ୍‌ ରବୀନ୍ଦ୍ର ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ୫ ମିନିଟ୍‌ ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୂର୍ବରୁ ତାଙ୍କର ଓପନ୍‌ ହାର୍ଟ ସର୍ଜରି ହୋଇଥିଲା। ମୃତ ଜଗନ୍ନାଥଙ୍କ ଭାଇ ଓ ପରିବାର କହିଛନ୍ତି, ଆଜି ଅପରାହ୍ଣ ସାଢ଼େ ୩ଟାରେ ସାଧୁସନ୍ଥଙ୍କର ସେବା କରୁଥିବା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button