ରାଜ୍ୟ

ଜିରୋ ନାଇଟ୍‌ରୁ ବଢ଼ିବ ଶୀତ

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ଯଦିଓ ଆଜି ଓଡ଼ିଶାରେ ବର୍ଷା ହୋଇ ନାହିଁ ତେବେ ସୁନ୍ଦରଗଡ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ନୂଆପଡ଼ା ଆଦି ଜିଲ୍ଲାରେ ପାଗ ମେଘୁଆ ରହିଥିଲା। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡିରେ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି। ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟର ପଶ୍ଚିମା ଗତି ଯୋଗୁଁ ୩୦ ତାରିଖ ଠାରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ହେବା ସହ ରାତିର ତାପମାତ୍ରା କମିବ। ତେବେ ଜିରୋ ନାଇଟ୍‌ରୁ ଶୀତ ବଢ଼ିବ ବୋଲି ଆକଳନ କରାଯାଇଛି। ଆଜି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧ଡିଗ୍ରି ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ସର୍ବାଧିକ ତାପମାତ୍ରା ସମ୍ବଲପୁରରେ ୩୧.୭ ଡିଗ୍ରି ରେକର୍ଡ ହୋଇଛି। ୧୫ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ‌ଦେଇଛି। ଆଜି କେନ୍ଦୁଝରରେ ଘନ କୁହୁଡ଼ି ଦେଖାଦେଇଥିଲା। ଏଠାରେ ଦୃଶ୍ୟମାନତା ୨୦୦ ମିଟର ରହିଥିଲା। ଆଗକୁ ୪ଟି ଜିଲ୍ଲାରେ ଘନ କୁହୁଡ଼ି ହେବା ଆକଳନ କରାଯାଇଥିଲେ ମଧ୍ୟ ସତର୍କ ସୂଚନା ଜାରି କରାଯାଇ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button