ରାଜନୀତି

ଅର୍ଜୁନ ରାମ ମେଘାଓ୍ୱାଲଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୀତି ତେଜ

ମୀରାବାଇଙ୍କ ବ୍ୟକ୍ତିତ୍ୱ ଓ ସାଂସାରିକ ଜୀବନକୁ ନେଇ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ୱାଲଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୀତି ତେଜିଛି। ମନ୍ତ୍ରୀ କହିଛନ୍ତି, ମୀରାବାଈଙ୍କ ବିବାହର ବର୍ଷକ ପରେ ସ୍ୱାମୀଙ୍କ ଦେହାନ୍ତ ପରେ ତାଙ୍କ ଦିଅର ମୀରାଙ୍କୁ ବିବାହ କରିବାକୁ ଚାହିଁଥିବାରୁ ବିବାଦ ଆରମ୍ଭ ହୋଇଥିଲା। ମୀରାଙ୍କ ସ୍ୱାମୀ କଦାପି ମୀରାଙ୍କୁ ନିର୍ଯ୍ୟାତନା ଦେଇନଥିଲେ। ତେବେ ଏଭଳି ତର୍କହୀନ, ଅର୍ଥହୀନ  ମହତ୍ତ୍ୱହୀନ ଟିପ୍ପଣୀ ଦେଇଥିବାରୁ ଏହାକୁ ବିରୋଧୀ ନିନ୍ଦା କରିଛନ୍ତି। ଆଇନ ମନ୍ତ୍ରୀ ଅର୍ଜୁନ ଏଭଳି ଟିପ୍ପଣୀ ଦେଇଥିବାରୁ ସେ କ୍ଷମା ମାଗନ୍ତୁ ବୋଲି ଦାବି ଜୋର ଧରିଛି। ଯଦି କ୍ଷମା ମାଗିବେନି, ତାହେଲେ ସଡ଼କରୁ ନେଇ ସଂସଦ ଯାଏ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ବିଭିନ୍ନ ସାମାଜିକ ସଂଗଠନ। ଭଗବାନ କୃଷ୍ଣଙ୍କ ଅନନ୍ୟ ଭକ୍ତ ମୀରାବାଇ ଅଟନ୍ତି। ଗୁରୁ ରାମଦାସଙ୍କ ଶିଷ୍ୟା ମୀରା ବାଇ ଭକ୍ତି ଓ ଶକ୍ତିର ଅନୁପମ ଅଦ୍ୱିତୀୟ ଉଦାହରଣ ସୃଷ୍ଟି କରିଛନ୍ତି। ଛୁଆଁ ଅଛୁଆଁ ଭେଦଭାବ ଦୂର ସହ ସାମାଜିକ କୁସଂସ୍କାର ବିରୁଦ୍ଧରେ ନିରନ୍ତର ଲଢ଼େଇ କରିଥିଲେ ମୀରାବାଈ। କିନ୍ତୁ ମନ୍ତ୍ରୀ ଅର୍ଜୁନ ମୀରାବାଇଙ୍କ ସତୀତ୍ୱକୁ ନେଇ ଅପଶବ୍ଦ ପ୍ରୟୋଗ କରିଛନ୍ତି। ସନାତନି ପରମ୍ପରା ଉପରେ ପ୍ରଶ୍ନବାଚୀ ଲଗାଇଛନ୍ତି, ଯାହାର କୌଣସି ଆଧାର ନାହିଁ। ଇତିହାସ ବଦଳାଇବାକୁ ଅର୍ଜୁନ କିଏ। ନିଜ ଚରିତ୍ର, ହାବଭାବକୁ ଆଗ ଦେଖନ୍ତୁ ମନ୍ତ୍ରୀ। ଭକ୍ତ ଶିରୋମଣୀଙ୍କ ପ୍ରତି ଏଭଳି ଅପଶବ୍ଦ ପ୍ରୟୋଗ କରିବା କେତେଦୂର ଯଥାର୍ଥ। କର୍ଣ୍ଣିସେନା ବି ମନ୍ତ୍ରୀଙ୍କ ଏଭଳି ଟିପ୍ପଣୀକୁ ନିନ୍ଦା କରି ଚେତାବନୀ ଦେଇଛି। ଇତିହାସ ସହ ଲଗାତାର ଖେଳୁଛି ବିଜେପି। ଏଭଳି ଇତିହାସ ଉପରେ କ୍ରମାଗତ ପ୍ରହାରକୁ ଆଉ ବରଦାସ୍ତ କରାଯିବନି। ମନ୍ତ୍ରୀ ନିଜ ମୁହଁ ଉପରେ ଲଗାମ ଲଗାନ୍ତୁ। ମୀରାବାଈଙ୍କ ମନ୍ଦିରକୁ ଯାଇ ନାକ ଘଷି କ୍ଷମା ମାଗନ୍ତୁ। ଅର୍ଜୁନଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ବରଖାସ୍ତ କରନ୍ତୁ ମୋଦି। ନଚେତ କ୍ଷତ୍ରୀୟ ସମାଜ ସହିବନି। ମନ୍ତ୍ରୀଙ୍କ ବାସଭବନ ଘେରାଓ କରାଯିବ। ସନାତନି ଧର୍ମ ଉପରେ ଆକ୍ରମଣ ହୋଇଛି।

ବଡ଼ କଥା ହେଲା, ମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ୱାଲ ଜଣେ ଭଜନ ଗାୟକ ବି। ମୀରାବାଈ ଓ କବୀରଙ୍କ ଦର୍ଶନ ଉପରେ ମଞ୍ଚରେ ଗାଇଥାଆନ୍ତି ବି ଅର୍ଜୁନ। ମୀରାବାଈ କେବଳ ରାଜପୁତ ସମାଜର ନୁହଁନ୍ତି। ସେ ଯଦୁବଂଶୀର ବି ଗୌରବ। ମା ମୀରାଙ୍କ ସତୀତ୍ୱ ଓ ସମ୍ମାନ ଉପରେ ଆଞ୍ଚ ଆଣିଛନ୍ତି ଆଇନ ମନ୍ତ୍ରୀ ବୋଲି ଆରୋପ ତେଜୁଛି। ଦେଖିବାର କଥା, ବିକାନେର ସାଂସଦ ତଥା ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ୱାଲଙ୍କ ଏହି ବିବାଦୀୟ ବୟାନ ଆଗକୁ କି ମୋଡ଼ ନେଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button