ଦେଶ- ବିଦେଶ

UPI ୟୁଜର୍ସଙ୍କ ପାଇଁ ଚଳିତ ବର୍ଷ ବଦଳିଛି ୫ଟି ନିୟମ, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

UPI ମାଧ୍ୟମରେ ଅନଲାଇନ୍ ପେମେଣ୍ଟ କରୁଥିବା ଲୋକଙ୍କ ସଂଖ୍ୟା ବେସ୍ ବଢ଼ିଚାଲିଛି । UPI ଯୋଗୁଁ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତ ବିଶ୍ୱରେ ଶୀର୍ଷରେ ରହିଛି । ନଭେମ୍ବରରେ ଜାରି କରାଯାଇଥିବା NPCI ର ଆକାଉଣ୍ଟ ବିଷୟରେ କହିବାକୁ ଗଲେ, UPI ମାଧ୍ୟମରେ ପ୍ରାୟ ୧୫.୪୮ ମିଲିୟନ ଟ୍ରାଞ୍ଜେକ୍ସନ୍ କରାଯାଇଥିଲା, ଯାହାର ମୂଲ୍ୟ ୨୧.୫୫ ଲକ୍ଷ କୋଟି ଟଙ୍କା ଥିଲା । ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ UPI ରେ ୫ ଟି ନୂଆ ପରିବର୍ତ୍ତନ କରିଛି । ଯେଉଁଥିପାଇଁ କୋଟି କୋଟି UPI ୟୁଜର୍ସଙ୍କର ଫାଇଦା ହୋଇଛି ।

ଫିଚର ଫୋନ ୟୁଜର୍ସଙ୍କ ପାଇଁ ବ୍ୟବହାର କରାଯାଉଥିବା UPI123PAY ସର୍ଭିସର ଲିମିଟ୍ ବଢ଼ାଇବା ପାଇଁ NPCI ନିଷ୍ପତ୍ତି ନେଇଛି । UPI123PAY ମାଧ୍ୟମରେ କାରବାର ପାଇଁ ଦୈନିକ ଲିମିଟ୍ ପୂର୍ବରୁ ୫୦୦୦ ଟଙ୍କା ଥିଲା, ଯାହା ବର୍ତ୍ତମାନ ୧୦,୦୦୦ ଟଙ୍କାକୁ ବଢ଼ିଛି । ଫିଚର ଫୋନ୍ ୟୁଜର୍ସମାନେ ମିସ୍ କଲ କିମ୍ବା IVR ମାଧ୍ୟମରେ UPI କାରବାର କରିପାରିବେ ।

UPI123PAY ସହିତ ଚଳିତ ବର୍ଷ UPI Lite ର ଲିମିଟ୍ ବଢ଼ାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି  UPI Lite ୱେଲେଟର ଲିମିଟ୍ ପୂର୍ବରୁ ୨,୦୦୦ ଟଙ୍କା ଥିଲା, ଯାହା ବର୍ତ୍ତମାନ ୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

UPI Lite ୱେଲେଟର ଲିମିଟ୍ ବଢ଼ାଇବା ସହିତ NPCI ଟପ୍-ଅପ୍ ପାଇଁ ଫ୍ରି ଡେବିଟ୍ ନୋଟିଫିକେସନକୁ ହଟାଇ ଦେଇଛି । କୌଣସି ଏଡିସନ୍ ଅଥେଣ୍ଟିକେସନ୍ ବିନା ୟୁଜର୍ସଙ୍କ ୱେଲେଟ୍ ଅଟୋମେଟିକାଲି ଭାବରେ ଟପ୍-ଅପ୍ ହୋଇଯିବ । UPI ୱେଲେଟର ବାଲାନ୍ସ କମ୍ ହେବା ମାତ୍ରେ ୟୁଜର୍ସଙ୍କର ୱାଲେଟ୍ ଅଟୋମେଟିକାଲି ଭାବରେ ଟପ୍-ଅପ୍ ହୋଇଯିବ । ଏଥିପାଇଁ ୟୁଜର୍ସଙ୍କ ବ୍ୟାଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ପରିମାଣରେ ଆମାଉଣ୍ଟ ରହିବା ଆବଶ୍ୟକ ।

NPCI କିଛି ପେମେଣ୍ଟ ପାଇଁ UPI ର ଦୈନିକ ଲିମିଟକୁ ୧ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି । ୟୁଜର୍ସମାନେ hospital, educational institution ଏବଂ IPO ଇତ୍ୟାଦି ପାଇଁ UPI ମାଧ୍ୟମରେ ଦିନରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ । ଏଥି ସହିତ ଇନସୁରାନ୍ସ ଏବଂ ସେୟାର ମାର୍କେଟ ସମ୍ବନ୍ଧୀୟ କାରବାର ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ଦବାକୁ ସମର୍ଥ ହୋଇପାରିବେ ।

UPI Circle :

ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଚଳିତ ବର୍ଷ ଡେଲିଗେଟେଡ୍ ପେମେଣ୍ଟ ସୁବିଧା UPI Circle ସର୍କଲ ଆରମ୍ଭ କରିଛି । ଏଥିରେ, ପ୍ରାଇମେରୀ UPI ୟୁଜର୍ସମାନେ ସେମାନଙ୍କର ସର୍କଲରେ ଫ୍ୟାମିଲି ମେମ୍ବରସ୍ ଏବଂ ସାଙ୍ଗମାନଙ୍କୁ ଆଡ ମଧ୍ୟ କରିପାରିବେ । ପ୍ରାଇମେରୀ ୟୁଜର୍ସଙ୍କର ତାଙ୍କ ସର୍କଲରେ ଥିବା ସେକେଣ୍ଡାରି ମେମ୍ବର୍ସଙ୍କର ଟ୍ରାଞ୍ଜେକ୍ସନ୍ ଲିମିଟ୍ ସେଟ୍ କରିବାର ଅଧିକର ରହିଛି । ଏହା ସହିତ ସେକେଣ୍ଡାରୀ ୟଚଜର୍ସ UPI ଟ୍ରାଞ୍ଜକ୍ସନ ପାଇଁ ପ୍ରାଇମେରୀ ମେମ୍ବରଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରିପାରିବେ । ପ୍ରତ୍ୟେକ UPI ଟ୍ରାଞ୍ଜକ୍ସନ ପାଇଁ ପ୍ରାଇମେରୀ ମେମ୍ବରଙ୍କୁ ଆପ୍ରୋଭାଲ ଦେବାକୁ ପଡିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button