ଦେଶ- ବିଦେଶ

ଲଞ୍ଚ ହେଲା Poco ର ଦମଦାର ସ୍ମାର୍ଟଫୋନ୍, ଜାଣନ୍ତୁ ଫିଚର୍ସ ଏବଂ ପ୍ରାଇସ୍

ସ୍ମାର୍ଟଫୋନ୍ ମେକର କମ୍ପାନୀ Poco ଗତକାଲି ନିଜର ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ମାକେର୍ଟରେ ଲଞ୍ଚ କରିଛି । ଅର୍ଥାତ୍ କମ୍ପାନୀ Poco M7 Pro 5G କୁ ଗତକାଲି ଲଞ୍ଚ କରିଛି । ଏହା ସହିତ କମ୍ପାନୀ Poco C75 କୁ ମଧ୍ୟ ଲଞ୍ଚ କରିଛି । ଏହି ଉଭୟ ସ୍ମାର୍ଟଫୋନ୍ ବଜେଟ୍ ରେଞ୍ଜରେ ଲଞ୍ଚ କରାଯାଇଛି । ଏହା ସହିତ ଅନେକ ଦମଦାର୍ ଫିଚର୍ସ ମଧ୍ୟ ସାମିଲ୍ ଅଛି । ଆପଣଙ୍କୁ କହିବୁ ଏହି ସ୍ମାର୍ଟଫୋନର ଫିଚର୍ସ ବିଷୟରେ ।

Poco M7 Pro 5G Specifications :

Poco M7 Pro 5G ରେ ୬.୬୭ ଇଞ୍ଚର ଫୁଲ୍ HD+ AMOLED ଡିସପ୍ଲେ ରହିଛି । ଏହି ଡିସପ୍ଲେ ୧୨୦Hz ର ରିଫ୍ରେସ୍ ରେଟକୁ ସପୋର୍ଟ କରିଥାଏ । ଏହା ସହିତ ଡିସପ୍ଲେ ପାଇଁ କମ୍ପାନୀ Corning Gorilla Glass 5 ର ପ୍ରୋଟେକ୍ସନ୍ ଦିଆଯାଇଛି । କେବଳ ଏତିକି ନୁହେଁ, କମ୍ପାନୀ ଅନୁଯାୟୀ ଏହି ସ୍ମାର୍ଟଫୋନରେ TUV ଟ୍ରିପଲ କ୍ୟାମେରା ସାର୍ଟିଫିକେସନ୍ ଏବଂ SGS eye care ଡିସପ୍ଲେ ସାର୍ଟିଫିକେସନ୍ ମଧ୍ୟ ପାଇଛି । ଏହି ଫୋନ୍ ମିଡିଆଟେକ୍ ଟାଇମେନସିଟି ୭୦୨୫ ଅଲ୍ଟ୍ରା ପ୍ରୋସେସରରେ ଲ୍ୟାସ୍ ହୋଇଛି । ଏହା ସହିତ ଏଥିରେ ୮GB ପର୍ଯ୍ୟନ୍ତ RAM ମଧ୍ୟ ଦିଆଯାଇଛି ।

କ୍ୟାମେରା ସେଟଅପ୍ :

ଏହି ସ୍ମାର୍ଟଫୋନର କ୍ୟାମେରା ସେଟଅପ୍ ବିଷୟରେ କହିବାକୁ ଗଲେ ଏଥିରେ ୫୦ ମେଗାପିକ୍ସେଲ Sony LYT-600 OIS ର ପ୍ରାଇମେରୀ କ୍ୟାମେରା ସହିତ ଏକ ଡୁଆଲ୍ କ୍ୟାମେରା ସେଟଅପ୍ ଉପଲବ୍ଧ ରହିଛି । ସେହିଭଳି ସେଲଫି ଏବଂ ଭିଡିଓ କଲିଂ ପାଇଁ ଡିଭାଇସରେ ୨୦ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି । ଏହା ସହିତ ଫୋନରେ ମଲ୍ଟି ଫ୍ରେମ୍ ନଏଜ୍ ରେଡିଏସନ୍ ଏବଂ ଫୋର୍ ଇନ୍ ୱାନ୍ ପିକ୍ସେଲ ବ୍ଲିନକିଙ୍ଗ୍ ଫିଚର ମଧ୍ୟ ପ୍ରଦାନ୍ କରାଯାଇଛି । ଏହି ସ୍ମାର୍ଟଫୋନକୁ ୩୦୦% ସୁପର ଭଲ୍ୟୁମ୍ ସହିତ ଲଞ୍ଚ କରିଛି । ଡିଭାଇସରେ Dolby Atmos, ଡିଆଲ୍ ଷ୍ଟେରିଓ ସ୍ପିକର୍ସ, ୩.୫mm ହେଡଫୋନ୍ ଜ୍ୟାକ୍ ସହିତ ଇନ୍ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଭଳି ସୁବିଧା ରହିଛି ।

ପ୍ରାଇସ୍ :
Poco M7 Pro 5G ର ପ୍ରାଇସ୍ ବିଷୟରେ କହିବାକୁ ଗଲେ ତେବେ ଏହି ଫୋନର ପ୍ରାରମ୍ଭିକ ମୂଲ୍ୟ ୧୩,୯୯୯ ଟଙ୍କା ରଖାଯାଇଛି । କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ବ୍ୟତୀତ ଆପଣ ଏହି ସ୍ମାର୍ଟଫୋନକୁ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରୁ ମଧ୍ୟ କିଣିପାରିବେ । ଫୋନର ୬GB+୧୨୮GB ଭ୍ୟାରିଆଣ୍ଟର ପ୍ରାଇସ୍ ୧୩,୯୯୯ ଟଙ୍କା ରହିଛି । ଯେତେବେଳେ କି ଏହାର ୮GB+ ୨୫୫GB ଭ୍ୟାରିଆଣ୍ଟର ପ୍ରାଇସ୍ ୧୫,୯୯୯ ଟଙ୍କା ରଖାଯାଇଛି । ଏହି ଫୋନର ସେଲ୍ ୨୦ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି ।

POCO C75 5G ମଧ୍ୟ ଲଞ୍ଚ କରିଛି :

କମ୍ପାନୀ ମାର୍କେଟରେ POCO C75 5G ମଧ୍ୟ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନରେ କମ୍ପାନୀ ସ୍ନାପଡ୍ରାଗନ୍ 4s Gen 2 ଚିପସେଟ୍ ପ୍ରୋସେସର ଦିଆ ହୋଇଛି । ଆହୁରି ମଧ୍ୟ ଏହି ଫୋନ୍ ୪GB RAM ସହିତ ଆସିଥାଏ । ଫୋନର ଷ୍ଟୋରେଜ୍ ମଧ୍ୟ 1TB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ । ଏହି ଫୋନରେ ୬.୮୮ ଇଞ୍ଚର HD+ ଡିସପ୍ଳେ ଉପଲବ୍ଧ କରାଯାଇଛି । ଏହି ଡିସପ୍ଳେ ୧୨୦Hz ରିଫ୍ରେସ୍ ରେଟକୁ ସପୋର୍ଟ କରେ ।

କ୍ୟାମେରା ସେଟଅପ୍ :
ଏହି ଫୋନର କ୍ୟାମେରା ସେଟଅପ୍ ପିଷୟରେ କହିବାକୁ ଗଲେ, POCO C75 5G ରେ ୫୦MP ର ପ୍ରାଇମେରୀ କ୍ୟାମେରା ଉପଲବ୍ଧ କରାଯାଇଛି । ପାୱାର ପାଇଁ ସ୍ମାର୍ଟଫୋନରେ ୫,୧୬୦mAh ର ଦମଦାର୍ ବ୍ୟାଟେରୀ ପ୍ରଦାନ କରାଯାଇଛି । ଏହି ବ୍ୟାଟେରୀ ୧୮ W ଫାଷ୍ଟ ଚାର୍ଜିଂକୁ ମଧ୍ୟ ସପୋର୍ଟ କରିଥାଏ । POCO C75 5G Android 14 ଉପରେ ବେସ୍ଡ Xiaomi ର HyperOS ଅପରେଟିଙ୍ଗ୍ ସିଷ୍ଟମ ଉପରେ କାମ କରିଥାଏ ।

ଏହି ସ୍ମାର୍ଟଫୋନର ୪GB+୬୪GB ଭ୍ୟାରିଆଣ୍ଟର ପ୍ରାଇସ୍ ୭୯୯୯ ଟଙ୍କା ରଖାଯାଇଛି । ଏହି ସ୍ମାର୍ଟଫୋନର ସେଲ୍ ଡିସେମ୍ବର ୧୯ ରୁ ଆରମ୍ଭ ହେବାକୁ ଯାଉଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button