ରାଜ୍ୟ
କୁମ୍ଭୀର ଗଣନା ପାଇଁ ଜାନୁଆରି ୧୪ରୁ ଭିତରକନିକା ବନ୍ଦ

ରାଜନଗର: ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ, ନାଳ ଓ ନଦୀକୁ ସଂଯୋଗ କରୁଥିବା ଅଞ୍ଚଳରେ ବଉଳା କୁମ୍ଭୀରମାନଙ୍କ ଗଣନା କାର୍ଯ୍ୟ ଆସନ୍ତା ଜାନୁଆରି ୧୪ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ। ଏହି ସମୟରେ ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଭିତରକନିକା ପରିଭ୍ରମଣ ନିଷେଧ କରାଯାଇଛି। ବଉଳା କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କର, ରାଜନଗର ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଗଣନା କାର୍ଯ୍ୟ କରାଯିବ।