ରାଜ୍ୟ

ହଠାତ ଯଦି ଆପଣଙ୍କ ପିଲା ଝାଡୁ ଲଗାଇବାକୁ ଲାଗିଥାଏ ତେବେ ଭବିଷ୍ୟର ଦେଇଥାଏ ସେ ଏହି ସଙ୍କେତ

ଏମିତି କୁହାଯାଏ କି ଯେଉଁଠି ପଶୁ ରହେ ସେ ମଧ୍ୟ ରହିବା ପୂର୍ବରୁ ସେଠାକୁ ସଫା କରିଥାଏ ତେବେ ଆମେ ମଣିଷ ଏମିତି କାହିଁକି କରି ପାରିବାନି । ସଫା ସୁତୁରା ରହିବା କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ଧାର୍ମିକ ଦୃଷ୍ଟିରୁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଅଟେ । ସଫା ସୁତୁରା ଜାଗାରେ ଦେବତା ମାନେ ବାସ କରିଥାନ୍ତି । ଏହା କୁହାଯାଏ କି ଯେଉଁଠି ସ୍ଵଚ୍ଛତା ଥାଏ , ସେଠାରେ ଧନର  ଦେବୀ ମା’ ଲକ୍ଷ୍ମୀ ବାସ କରିଥାନ୍ତି । ଏଥିପାଇଁ ଝାଡୁରା ସମ୍ବନ୍ଧ ମାତା ଲକ୍ଷ୍ମୀଙ୍କ ସହିତ ଅଛି । ସଫା କରିବା ପାଇଁ ଝାଡୁକୁ ହିଁ ସବୁ ଜାଗାରେ ପ୍ରୟୋଗ କରାଯାଏ ।

ଝାଡୁର ବ୍ୟବହାର ସଫା କରିବା ପାଇଁ ଆଜି ନୁହେଁ ବହୁତ ପୂର୍ବରୁ କରାଯାଉଛି । ଏଥି ପାଇଁ ଝାଡୁ କରିବାଠୁ ନେଇ ଝାଡୁ ରଖିବା ପର୍ଯ୍ୟନ୍ତ ବହୁତ ନିୟମର ପାଳନ କରିବାକୁ ପଡେ । ଏମିତି କୁହାଯାଏ କି ଯିଏ ଏହି ନିୟମର ପାଳନ କରିଥାଏ, ସେ ବହୁତ ଖୁସିରେ ରୁହେ । ପ୍ରାୟତଃ ଆପଣ ଦେଖିଥିବେ କି ଘରେ ଯଦି କୌଣସି ଛୋଟ ପିଲା ଅଛନ୍ତି ଓ ହଠାତ ସେ ଝାଡୁ ଲଗାଇବା ଆରମ୍ଭ କରିଦିଏ ଏହାକୁ ଆପଣ ସାଧାରଣ କଥା ନ ଭାବନ୍ତୁ, ଏହା ଏକ ପ୍ରକାରର ସଙ୍କେତ ହୋଇଥାଏ ଯାହା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ ।

ଝାଡୁକୁ ଠିଆ କରି ରଖିଲେ ଘରର ଶତୃ ବୃଦ୍ଧି ହୁଏ

ଭାରତୀୟ ସମାଜରେ ଝାଡୁ ବିଷୟରେ ବହୁତ ପ୍ରକାରର ମାନ୍ୟତା ଅଛି, ଯାହା ବିଷୟରେ ଆମେ ସମସ୍ତେ ପୂର୍ବରୁ କିଛି କିଛି ଜାଣିଛେ । ନୂଆ ଘରକୁ ପୁରୁଣା ଝାଡୁ ନ ନେବା, ସକାଳୁ ସକାଳୁ ଝାଡୁ କରିବା, ସୂର୍ଯ୍ୟାସ୍ତ ପରେ ଝାଡୁ ନ ଲଗେଇବା, ଏହା କଛି ଏମିତିକା ମାନ୍ୟତା ଅଟେ ଯିଏ ଘରର ଦରିଦ୍ରତା ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଝାଡୁ ରଖିବା ବିଷୟରେ ବି ବହୁତ ମାନ୍ୟତା ଅଛି । ଝାଡୁ ଘରେ ଠିଆ କରି ରଖିଲେ ଘରେ ଶତୃ ବୃଦ୍ଧି ହୁଏ । ଏହା ବି କୁହାଯାଏ କି ଝାଡୁକୁ ସବୁବେଳେ ଲୁଚେଇ ରଖିବା ଦରକାର, ଯାହା ଦ୍ଵାରା ତା ଉପରେ କାହାରି ନଜର ପଡିବ ନାହିଁ ।

ଛୋଟ ପିଲାମାନେ ଝାଡୁ ଲଗାଇଲେ ହୋଇଥାଏ ଧନଲାଭ

ଏହା ବ୍ୟତୀତ ଏହା ବି ଏକ ମାନ୍ୟତା ଅଛି କି ଯଦି ଘରର ଛୋଟ ପିଲା ଝାଡୁ ଲଗାନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଏହି ଦୃଶ୍ୟ ସାଧାରଣତଃ ସବୁ ଘରେ ଦେଖିବାକୁ ମିଳିଥାଏ କି ଛୋଟ ପିଲାଟିଏ ଘରର କୋଣରେ ପଡିଥିବା ଝାଡୁ କୁ ନେଇ ପହଁରିବା ଆରମ୍ଭ କରିଦିଏ । ଶାସ୍ତ୍ର ଅନୁସାରେ ଏହା ଅତିଥିଙ୍କ ଆସିବାର ସଙ୍କେତ ହୋଇଥାଏ । ଏହା ବି କୁହାଯାଏ କି ଘରକୁ ଆସୁଥିବା ସେହି ଅତିଥି ଆପଣଙ୍କୁ କୌଣସି ନା କୌଣସି ପ୍ରକାରରେ ଲାଭ ଦେଇଥାନ୍ତି ।

ଯଦି ସାଧାରଣ ଶବ୍ଦରେ କୁହାଯାଏ ତେବେ ପିଲାମାନଙ୍କର ଏହି ଅଭ୍ୟାସ ଆପଣଙ୍କୁ ଭବିଷ୍ୟତରେ ଧନୀ କରାଇପାରେ ଏହା ସହିତ ପିଲାମାନେ ପିଲାଦିନରୁ ହିଁ ସଫା ରଖିବାକୁ ଚେଷ୍ଟା କରନ୍ତି ।

ଯେଉଁଠି ବି ଦେଖିବେ ମଲା ଝିଟିପିଟି ଭୁଲରେ ବି ନ ରଖନ୍ତୁ ଝାଡୁ ସେଠାରେ

ଏହା ସହିତ ଅନ୍ୟ କିଛି ମାନ୍ୟତା ବି ଅଛି ଯାହା ଆପଣଙ୍କ ଜୀବନ ସହିତ ଯୋଡା ହୋଇଛି । ଯଦି ଆପଣ କୌଣସି ଘରେ ରହିବାକୁ ଯାଉଛନ୍ତି ଓ ସେଠାରେ ଆପଣଙ୍କୁ ଏକ ମଲା ଝିଟିପିଟି ଦେଖିବାକୁ ମିଳେ ଆପଣଙ୍କୁ ସେଠାରେ ରହିବା କଥା ଭାବିବା ଅନୁଚିତ ଓ ଯଦି ବି ରୁହନ୍ତି ବିନା ପୂଜାରେ ରୁହନ୍ତୁ ନାହିଁ । ଏହା ସହିତ ଏହା ବି ମାନ୍ୟତା ଅଛି କି ଝାଡୁ ମା’ ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ ଏଥିପାଇଁ ଏହାର ଅପମାନ କେବେ ବି କରନ୍ତୁ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button