ଦେଶ- ବିଦେଶ

ସିବିଆଇର ପୂର୍ବତନ ନିର୍ଦ୍ଦେଶକ ବିଜୟ ଶଙ୍କରଙ୍କ ଦେହାନ୍ତ , AIIMS କୁ ଅଙ୍ଗ ଦାନ କରିବେ ପରିବାର …

ନୂଆଦିଲ୍ଲୀ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ର ପୂର୍ବତନ ନିର୍ଦ୍ଦେଶକ ବିଜୟ ଶଙ୍କର ମଙ୍ଗଳବାର ଦେହାନ୍ତ ଘଟିଛି । ଭାରତୀୟ ପୋଲିସ ସେବା (ଆଇପିଏସ୍) ର ଅବସରପ୍ରାପ୍ତ ଅଧିକାରୀ ଶଙ୍କର (୭୬) ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ଶଙ୍କରଙ୍କ ପରିବାର କହିଛନ୍ତି ଯେ ତାଙ୍କୁ କିଛି ସମୟ ପାଇଁ ନୋଏଡାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ କହିଛନ୍ତି ଯେ ତାଙ୍କର ଶେଷ ଇଚ୍ଛା ଅନୁଯାୟୀ ତାଙ୍କର ମୃତ ଦେହ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) କୁ ଦାନ କରାଯିବ।

ଉତ୍ତରପ୍ରଦେଶ କ୍ୟାଡରର ୧୯୬୯ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଶଙ୍କର, ଡିସେମ୍ବର ୧୨, ୨୦୦୫ ରୁ ଜୁଲାଇ ୩୧, ୨୦୦୮ ପର୍ୟ୍ୟନ୍ତ ସିବିଆଇର ନିର୍ଦ୍ଦେଶକ ଭାବରେ କାର୍ୟ୍ୟ କରିଥିଲେ। ସିବିଆଇ ନିର୍ଦ୍ଦେଶକ ଭାବେ ତାଙ୍କ କାର୍ୟ୍ୟକାଳ ମଧ୍ୟରେ ଏଜେନ୍ସି କୁଖ୍ୟାତ ଆରୁଷୀ-ହେମରାଜ ଡବଲ ହତ୍ୟା ମାମଲାର ଯାଞ୍ଚ କରିଥିଲେ।

Advertisement

ଯେତେବେଳେ ସେ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ଥିଲେ, ସେତେବେଳେ ତାଙ୍କ ତତ୍ତ୍ୱାବଧାନରେ ଗ୍ୟାଙ୍ଗଷ୍ଟର ଆବୁ ସାଲେମ ଏବଂ ଅଭିନେତ୍ରୀ ମୋନିକା ବେଡିଙ୍କୁ ପର୍ତ୍ତୁଗାଲରୁ ପ୍ରତ୍ୟର୍ପଣ କରାଯାଇଥିଲା। ସେ ତେଲଗି ସ୍କାମ (ଷ୍ଟାମ୍ପ ପେପର ସ୍କାମ) ର ତଦାରଖ ମଧ୍ୟ କରିଥିଲେ। ସିବିଆଇ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହେବା ପୂର୍ବରୁ ଶଙ୍କର ଜାତୀୟ ବିପର୍ୟ୍ୟୟ ମୁକାବିଲା ଫୋର୍ସ ଏବଂ ସିଭିଲ୍ ଡିଫେନ୍ସ ଏବଂ ହୋମ ଗାର୍ଡର ମଧ୍ୟ ନେତୃତ୍ୱ ନେଇଥିଲେ। ସେ ସୀମା ସୁରକ୍ଷା ବଳ (ବିଏସଏଫ) ରେ ଇନ୍ସପେକ୍ଟର ଜେନେରାଲ ଭାବରେ ମଧ୍ୟ କାର୍ୟ୍ୟ କରିଥିଲେ।

୧୯୯୦ ଦଶକରେ ଶଙ୍କରଙ୍କୁ ପୋଷ୍ଟ କରାଯାଇଥିଲା ଯେତେବେଳେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ୟ୍ୟକଳାପ ଚରମ ସୀମାରେ ଥିଲା। ଉଲ୍ଲେଖନୀୟ ସେବା ପାଇଁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ପଦକ ପାଇଥିବା ଶଙ୍କର ମଧ୍ୟ ଉତ୍ତରପ୍ରଦେଶ ପୋଲିସ ଏବଂ ମସ୍କୋରେ ବୈଦେଶିକ ମନ୍ତ୍ରଣାଳୟ ଅଧୀନରେ କାର୍ୟ୍ୟ କରିଥିଲେ। ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଅନିଲ ସିହ୍ନା ଶଙ୍କରଙ୍କ ଦେହାନ୍ତରେ ଦୁଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହା ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ। ଆମେ ଜଣେ ଅଭିଜ୍ଞ ବ୍ୟକ୍ତିତ୍ୱ ହରାଇଲୁ ଜ୍ଝ ସେ ଜଣେ ସଚ୍ଚୋଟ ଏବଂ ସାହସୀ ଅଧିକାରୀ ଯାହାକୁ ଆମେ ତାଙ୍କର ତୀକ୍ଷ୍ଣ ମନ ଏବଂ ନୀତିଗତ ଆଚରଣ ପାଇଁ ଜାଣିଥିଲୁ ଜ୍ଝ ତାଙ୍କ ଦୁଖଦ ମୃତ୍ୟୁରେ ଆମେ ଆମର ଗଭୀର ସମବେଦନା ଜଣାଉଛୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button