ଦେଶ- ବିଦେଶ

ଏହି ଭିଟାମିନ୍‌ ଅଭାବରୁ ହ୍ରାସ ପାଏ ପୁରୁଷ ଓ ମହିଳାଙ୍କ ପ୍ରଜନନ କ୍ଷମତା, ଆଜିଠୁ ହୁଅନ୍ତୁ ସଜାଗ

ଆମେ ଯାହା ଖାଦ୍ୟ ଭାବେ ଗ୍ରହଣ କରୁଛେ ତାହାର ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ। ଏହି କାରଣରୁ ଲାଇଫ୍‌ଷ୍ଟାଇଲ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶରୀର ପାଇଁ ଡାଏଟ୍‌ ଯେତିକି ଜରୁରୀ ପୋଷକ ତତ୍ତ୍ୱ ମଧ୍ୟ ସେତିକି ଆବଶ୍ୟକ। ଏଣୁ ଡାକ୍ତରମାନେ ଦିନରେ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ପୋଷକ ତତ୍ତ୍ୱ ଯୁକ୍ତ ଖାଦ୍ୟ ଗ୍ରହଣ କରିବାକୁ ପରାମର୍ଶ ଦେଇଥାନ୍ତି। ଫଳରେ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍‌ ମିଳିଥାଏ। ଭିଟାମିନ୍‌ର ଅଭାବ ଯୋଗୁ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଏ।

ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭିଟାମିନ୍‌ ଡିର ଅଭାବ ଥିଲେ ଉଭୟ ପୁରୁଷ ଓ ମହିଳାଙ୍କ ଫର୍ଟିଲିଟି ପାଓ୍ଵାର ବା ପ୍ରଜନନ କ୍ଷମତା ପ୍ରଭାବିତ ହୋଇଥାଏ। ଏଣୁ ପ୍ରଜନନ କ୍ଷମତା ବୃଦ୍ଧି କରିବାକୁ ଡାକ୍ତର ଭିଟାମିନ୍‌ ଡି ଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାନ୍ତି।

ଭିଟାମିନ୍‌ ଡିର ଅଭାବ ଥିଲେ ଉଭୟ ପୁରୁଷ ଓ ମହିଳାଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇଥାଏ। ଫଳରେ ଗର୍ଭାବସ୍ଥାରେ ସମସ୍ୟା ଦେଖାଯାଏ। ଏଥିସହ ହାଡ଼ ଦୁର୍ବଳ ହୋଇଯିବା, ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଆଦି ଦେଖାଯାଇଥାଏ।

ଆସନ୍ତୁ ଜାଣିବା ଭିଟାମିନ୍‌ ଡି କମ୍‌ ଥିଲେ କି କି ଲକ୍ଷଣ ପ୍ରକାଶ ପାଏ…

  • ଥକା ଲାଗିବା
  • ହାଡ ସମ୍ବନ୍ଧୀୟ ସମସ୍ୟା ଦେଖାଯିବା
  • ମାଂସପେଶୀ ପୀଡ଼ା କରିବା
  • ଚିନ୍ତା ଲାଗି ରହିବା
  • ଡିପ୍ରେସନ୍‌ର ଶିକାର ହେବା

8 Signs and Symptoms of Vitamin D Deficiency

  • ପୁରୁଷ ଓ ମହିଳାଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇବା
  • କେଶ ଝଡ଼ିବା
  • ଖଣ୍ଡିଆ ହେଲେ ଶୁଖିବାକୁ ସମୟ ଲାଗିବା
  • ମୁଡ୍‌ ସ୍ୱିଙ୍ଗ୍‌ ଭଳି ସମସ୍ୟା ଦେଖାଯିବା

ଉପଚାର:

7 Healthy Foods That Are High in Vitamin D

  • ସିଧାସଳଖ ସୂର୍ଯ୍ୟକିରଣରୁ ଆପଣ ଭିଟାମିନ୍‌ ଡି ପାଇପାରିବେ।
  • ଏଥିସହ ଭୋଜନରେ ମଧ୍ୟ ଭିଟାମିନ୍‌ ଡି ଯୁକ୍ତ ଖାଦ୍ୟଗ୍ରହଣ କରିପାରିବେ।
  • ଭିଟାମିନ୍‌ ଡି ପାଇବା ପାଇଁ ଖାଦ୍ୟରେ ଟୁନା, ମେକରେଲ ଓ ସେଲମନ୍‌ ମାଛ ସାମିଲ କରନ୍ତୁ।

 

  • ଏହା ବ୍ୟତୀତ ଅଣ୍ଡାର ଧଳା ଅଂଶରେ ମଧ୍ୟ ଭିଟାମିନ୍‌ ଡି ପ୍ରଚୁର ପରିମାଣରେ ରହିଥାଏ।
  • ଡାଏଟ୍‌ରେ ସୋୟା ମିଲ୍କ, ଛତୁ, ସାଗୁ, କମଳା ରସ, ଡାଏରୀ ପ୍ରଡକ୍ଟ ଯଥା କ୍ଷୀର, ଦହି, ଚିଜ୍‌ ସାମିଲ କରନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button