ଦେଶ- ବିଦେଶ

ସଡ଼କ ଦୁର୍ଘଟଣାରେ ୫ ଡାକ୍ତର ସମେତ ୬ ମୃତ; ଜଣେ ଗୁରୁତର ଆହତ

କନୌଜ: ଉତ୍ତରପ୍ରଦେଶର କନୌଜ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ଟ୍ରକ୍‌ ଓ କାର୍‌ ଧକ୍କା ହୋଇ ୬ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୫ ଜଣ ଡାକ୍ତର ଥିବା ସୂଚନା ରହିିଛି।

ଡାକ୍ତରମାନେ ଯାଉଥିବା ଏକ କାର ଟ୍ରକ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଦ୍ରୁତ ଗତିରେ ଆସୁଥିବା କାରଟି ଏକ ଡିଭାଇଡର ବାଜି ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ପରେ ଏହି ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ପୀଡିତମାନେ ସାଇଫାଇ ମେଡିକାଲ କଲେଜ ସହ ଜଡିତ ଥିଲେ ଏବଂ ଲ‌ଷ୍ନୌରୁ ସାଇଫାଇକୁ ଫେରୁଥିବା ବାଟରେ ଏପରି ଘଟିଛି।

ତିର୍ଭା କୋଟୱାଲି ଅଞ୍ଚଳରୁ ୧୯୬ କିଲୋମିଟର ମାର୍କ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଅଧିକାରୀମାନେ ଘଟଣାର ଅନୁସନ୍ଧାନ କରୁଛନ୍ତି। ବୁଧବାର ଭୋର୍‌ ପ୍ରାୟ ୩.୪୫ ସମୟରେ ଏହି ଦୁର୍ଘଟଣା ଘଟିଛି। ଡ୍ରାଇଭର ଡିଭାଇଡରେ ପିଟି ହୋଇ ଟ୍ରକରେ ଧକ୍କା ହେବା ପରେ କାରଟି ନିୟନ୍ତ୍ରଣ ହରାଇଥିଲା।

୬ ଜଣ ମୃତକଙ୍କ ବ୍ୟତୀତ ଜୟବୀର ସିଂ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ସାଇଫାଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ପରିବାରକୁ ପୁଲିସ ସୂଚନା ଦେଇଛି ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button