ରାଜ୍ୟ

ଦୋକାନରେ ପଶିଗଲେ ୨ ଯୁବକ, ଦୋକାନରୁ ୩୦ ହଜାର ଲୁଟିଲେ ଦୁର୍ବୃତ୍ତ

ବାରଙ୍ଗ: ଭସାଣୀ ଚାଲିଥିବା ବେଳେ କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳର ସୀତାରାମ ବଜାରର ଅଶୋକ ସାହୁଙ୍କ ଦୋକାନରେ ସଂଘବଦ୍ଧ ଆକ୍ରମଣ ଓ ଲୁଟ୍‌ ହୋଇଛି। ମୁଣ୍ଡାସାହି ମେଢ଼ ଭସାଣିରେ ଅସୁଥିବା ବେଳେ ଏହି ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତେଲେଙ୍ଗାସାହିର ଦୁଇ ଜଣ ଯୁବକଙ୍କୁ ଭସାଣୀରେ ଆସିଥିବା ମଣ୍ଡାସାହିର ଯୁବକମାନେ ଆକ୍ରମଣ କରିବାକୁ ଗୋଡାଇ ଥିଲେ। ପ୍ରାଣ ବିକଳରେ ତେଲେଙ୍ଗା ସାହିର ଯୁବକ ଦୁଇଜଣ ଦୋକାନର ଭିତର ଘରେ ପଶି ଯାଇଥିଲେ। ଭିତର ଘରେ ପସିବା ପରେ ଭିତରୁ କବାଟ କିଳି ଥିଲେ।

ଆକ୍ରମଣକାରୀ ଗୋଡେଇ ଆସି ଆଖପାଖ ଦୋକାନରେ ପସି ଆସିଥିଲେ। ତାଙ୍କୁ ଦୋକାନ ଖୋଲି ଦିଅ ବୋଲି ଦୋକାନୀଙ୍କୁ କହିଥିଲେ। ଭିତରୁ ସେମାନେ ଦୋକନ ବନ୍ଦ କରି ଥିବାରୁ ଆମେ କିପରି ଖୋଲିବୁ ଦୋକାନୀ କହିଥିଲେ। ଦୁର୍ବୃତ୍ତମାନେ କିଛି ନଶୁଣି ତାଙ୍କ ପରିବାର ଲୋକଙ୍କୁ ଇଟା ଓ ରଡ଼ରେ ଆକ୍ରମଣ କରିଥଲେ ବୋଲି ଦୋକାନୀ ଅଶୋକ ସାହୁ କହିଛନ୍ତି।
ଆକ୍ରମଣରେ ସ୍କୃତିରଞ୍ଜନ ସାହୁଙ୍କ ମୁଣ୍ଡ ଫାଟିଛି। ଜଗନ୍ନାଥ ସାହୁ ମୁଣ୍ଡରେ ୧୨ ସିଟିଚ୍ ପଡିଛି, ବ୍ରହ୍ମାନନ୍ଦ ଖୁଣ୍ଟିଆ ଇଟା ମାଡ଼ରେ ଆହତ ହୋଇ ଗୁରୁତର ହୋଇଛନ୍ତି। ଦୁର୍ବୃତ୍ତ ୧୨ ବର୍ଷର ବାଳକ ସୌମ୍ୟରଞ୍ଜନକୁ ବି ଛାଡିଲେ ନାହିଁ। ଦୋକାନରେ ବସି ଭସାଣୀ ଦେଖୁ ଥିବା ଦୋକାନୀଙ୍କ ପତ୍ନୀସତ୍ୟଭାମା ସାହୁଙ୍କୁ ବି ଛାଡିଲେ ନାହିଁ। ଦୁର୍ବୃତ୍ତମାନେ ଦୋକାନରୁ ୩୦ ହଜାର ଟଙ୍କା ଲୁଟି ନେବା ସହ ଏକ ସୁନା ଚେନ୍ ଛିଡାଇ ନେଇଥିବା ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ଛାନ ଭିନ କରୁ ଥିବା ବେଳେ ଆସାମୀମାନେ ଫେରାର ଅଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button