ରାଜ୍ୟ

କାନ୍ଥ ପଡ଼ି ଚାଲିଗଲା ଝିଅର ଜୀବନ, ବାପାମା’ ଗୁରୁତର

କାନ୍ଥ ପଡ଼ିଯିବାରୁ ଚାଲିଗଲା ଝିଅର ଜୀବନ। ତା’ ବାପାମା’ଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୁଲୁମୁଇ ଗାଁରେ ଏହି ଅଘଟଣ ଘଟିଛି। ବର୍ଷା ଯୋଗୁ ଏହି ଅଘଟଣ ଘଟିଛି ବୋଲି କୁହାଯାଉଛି।

ଗତକାଲି ରାତିରେ ବାପାମା’ଙ୍କ ସହ ନାବାଳିକା ଝିଅ ରାତିରେ ଘରେ ଶୋଇଥିଲା। ଏହି ସମୟରେ ହଠାତ୍ ଘରର ଏକ କାନ୍ଥ ସେମାନଙ୍କ ଉପରେ ପଡ଼ି ଯାଇଥିଲା।

ଘଟଣାସ୍ଥଳରେ ଝିଅଟିର ଜୀବନ ଚାଲି ଯାଇଥିଲା। ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ। ଦମ୍ପତିଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସୂଚନାଯୋଗ୍ୟ, କିଛି ଦିନ ହେବା ରାଜ୍ୟରେ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ଘରର ମାଟି କାନ୍ଥ ଦୁର୍ବଳ ହୋଇଯାଇଥିଲା ଓ ଏହା ଭୁଶୁଡ଼ି ପଡ଼ିଥିଲା ବୋଲି କୁହାଯାଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button