ମନୋରଞ୍ଜନ

ଅର୍ଜୁନଙ୍କ ସହିତ ବିଚ୍ଛେଦ ପରେ ଏଭଳି ସଙ୍କେତ ଦେଲେ ମଲାଇକା

ନୂଆଦିଲ୍ଲୀ: ‌ଅଭିନେତ୍ରୀ ମଲାଇକା ଅରୋଡା ଓ ତାଙ୍କ ପୂର୍ବତନ ପ୍ରେମିକା ଅର୍ଜୁନ କପୁର ଦୁହେଁ ନିଜର ସମ୍ପର୍କକୁ ନେଇ ଖୋଲାଖୋଲି ସୂଚନା ଦେଇଥିଲେ। ଏହି ସୂଚନା ଅନୁଯାୟୀ ଦୀର୍ଘଦିନ ଧରି ଡେଟ କରୁଥିବା ମଲାଇକା ଓ ଅର୍ଜୁନ କପୁରଙ୍କ ସମ୍ପର୍କ‌ରେ ଫାଟ ସୃଷ୍ଟି ହେବାପରେ ଦୁହେଁ ଅଲଗା ହୋଇଯାଇଥିବା ଖବର ମିଳିଥିଲା।

ମଲାଇକା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ରିଲେସନସିପକୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ସେ ଲେଖିଛନ୍ତି, ‘ଏବେ ମୋର ରିଲେସନସିପ ଷ୍ଟାଟସ’। ଏଥିରେ ମଲାଇକା ତିନିଟି ବିକଳ୍ପ ଦେଇଥିଲେ। ସେଗୁଡ଼ିକ ମଧ୍ୟରେ ରିଲେସନସିପରେ ମୁଁ, ସିଙ୍ଗଲ ଓ ହେହେହେରେ ମୁଁ….। ଏଥିମଧ୍ୟରୁ ମଲାଇକା ଶେଷ ବିକଳ୍ପ‌କୁ ହାଏଲାଇଟ କରିଥି‌ଲେ।
ଏହି କ୍ରମରେ ଦେଖିବାକୁ ଗଲେ ଅର୍ଜୁନ କପୁର ଏକ ମାସ ପୂର୍ବରୁ ମୁମ୍ବାଇର ଶିବାଜୀ ପାର୍କରେ ରାଜନେତା ରାଜ ଠାକରେଙ୍କ ଦୀପାବଳି ପାର୍ଟିରେ ସାମିଲ ହୋଇଥିଲେ। ଏହି ସମୟରେ ଲାଗିଥିବା ଭିଡ଼ ଭିତରୁ ମଲ‌ାଇକା ମଲାଇକା ବୋଲି ଲୋକେ ଡାକ ପକାଉଥିବା ବେଳେ ଅର୍ଜୁନ କହିଥିଲେ, ‘ଏସବୁ କିଛି ନୁହେଁ ଏବେ ମୁଁ ସିଙ୍ଗଲ ଅଛି, ଶାନ୍ତ ହୋଇଯାଅ। ’

ମଲାଇକା ଓ ଅର୍ଜୁନ ୨୦୧୮ରେ ଡେଟିଂ କରିବା ଆରମ୍ଭ କରିଥିଲେ। ଆଜି ପର୍ଯ୍ୟନ୍ତ ଦୁହେଁ ସେମାନଙ୍କ ସମ୍ପର୍କକୁ ‌ନେଇ ବେଶୀ କିଛି ଆଲୋଚନା କରି ନାହାନ୍ତି। କିନ୍ତୁ ଏକାଠି ଛୁଟି କାଟିବା ସମୟରେ ରୋମାଣ୍ଟିକ ଫ‌ଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଦେଖିବାକୁ ମିଳୁଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button