ରାଜ୍ୟ

ଦାରିଙ୍ଗିବାଡ଼ିରେ ଆମ୍ବଟାକୁଆ ଖାଇବା ଘଟଣା: ଦୁଇ ଜଣଙ୍କ ଅବସ୍ଥା ଗୁରୁତର

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଖାଇ ୨ ମହିଳାଙ୍କ ମୃତ୍ୟୁ ଓ ଛଅଜଣ ଅସୁସ୍ଥ ହେବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

ସେ କହିଛନ୍ତି, ଚିକିତ୍ସିତ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୋଷ୍ଟ ମର୍ଟମ କିମ୍ବା ଖାଦ୍ୟ ରିପୋର୍ଟ ଏଯାଏଁ ହସ୍ତଗତ ହୋଇନାହିଁ।

ଯାହା କ୍ଲିନିକାଲ ରିପୋର୍ଟରୁ ଜଣାପଡ଼ିଛି ଏସସିବିରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ହେପାଟାଇଟିସ ହୋଇଛି। ଏହା ଫଲିମିନାଣ୍ଟ ହେପାଟାଇଟିସ ଫେଲୁଏର୍ । ଯାହା ଫଙ୍ଗାଲ ସଂକ୍ରମଣ ଯୋଗୁଁ ହୁଏ। ଯେଉଁମାନେ ପ୍ରଥମ ଦିନ ଆମ୍ବ ଟାକୁଆ ଜାଉ ଖାଇଲେ ସେଥିରେ କୌଣସି ଅସୁବିଧା ନଥିଲା। କିନ୍ତୁ ଦୁଇରୁ ତିନି ଦିନ ରଖିବା ଫଳରେ ସେଥିରେ ଫଙ୍ଗାଲ୍ ଗ୍ରୋଥ ହେଲା ଏବଂ ଟକ୍ସିନ ହେଲା। ଟକ୍ସିନ ହେବା ପରେ ବଡି ଟକ୍ସିକ ହୋଇଥିଲା। ଟକ୍ସିକ ହେବା ଫଳରେ ଲଙ୍ଗସ ଓ କିଡନି ଫେଲ୍ ହୋଇଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଯିଏ ଯେତେ ମାତ୍ରାରେ ଆମ୍ବ ଟାକୁଆ ଜାଉ ଖାଇଛନ୍ତି, ସେତେ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଦୁଇ ଜଣ ଏବେ ଅତି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଲିଭର ଓ ମଲ୍ଟି ଅର୍ଗାନ ଫେଲୁଅର ହୋଇଛି। ଏଯାଏଁ ଖାଦ୍ୟ ନମୁନାର ରିପୋର୍ଟ ଆସିନାହିଁ।

ଏଣେ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ବ୍ରହ୍ମପୁର ଏମକେସିଜିରେ ଚିକିତ୍ସିତ ହେଉଥିବା ୬ ରୋଗୀଙ୍କ ଭିତରୁ ଦୁଇ ଗୁରୁତର ରୋଗୀଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଲ୍ଟି ଅର୍ଗାନ ପ୍ରଭାବିତ ହୋଇଥିବାରୁ ଆଇସିୟୁରେ ରଖାଯାଇଛି। ବାକି ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ସେହି ଅଞ୍ଚଳରେ ଏ ପର୍ଯ୍ୟନ୍ତ ଅନ୍ୟ କୌଣସି ଏପରି ଆଉ କେସ୍ ଆସିନି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button