ଦେଶ- ବିଦେଶ
କାଳ ହେଲା ଗୁଗୁଲ ମ୍ୟାପ ବ୍ୟବହାର, ଚାଲିଗଲା ୩ ଜୀବନ

ଉତ୍ତର ପ୍ରଦେଶ: କାଳ ହେଲା ଗୁଗୁଲ ମ୍ୟାପ ବ୍ୟବହାର। ଚାଲିଗଲା ୩ ଜୀବନ। ଗୁଗୁଲ ମ୍ୟାପ୍ ଦେଖି ଯିବା ବେଳେ ବ୍ରିଜରୁ ଖସି ପଡ଼ିଲା କାର୍। ୩ ଜଣଙ୍କ ଜୀବନ ଚାଲିଗଲା। ଶନିରବାର ରାତିରେ ଉତ୍ତର ପ୍ରଦେଶରେ ଫରିଦପୁରରେ ଦୁର୍ଘଟଣା ଘଟିଛି । ୩ ଜଣ ଯୁବକ ଦାତାଗଞ୍ଜରୁ ଭାୟା ଖାଲପୁର ଦେଇ ଫରିଦପୁର ଯିବା ବେଳେ ତାଙ୍କ କାର୍ ଏକ ବ୍ରିଜ୍ ତଳକୁ ଖସି ପଡ଼ିଥିଲା । ପୋଲିସ କହିଛି, ସେମାନେ ନାଭିଗେସନ୍ ଆପ ବ୍ୟବହାର କରି ଗାଡ଼ି ଚଳାଉଥିଲେ ।
ରାମଗଙ୍ଗା ନଦୀ ଉପରେ ବ୍ରିଜ୍ ଭାଙ୍ଗି ଯାଇଥିବା ସେମାନଙ୍କୁ ଜଣା ନଥିଲା । ବ୍ରିଜ୍ ଉପରେ କାର ଚଳାଇ ଯିବା ବେଳେ ତଳକୁ ଖସି ପଡ଼ିଥିଲା। ବ୍ରିଜର ଗୋଟିଏ ପାର୍ଶ୍ବ ବନ୍ୟାରେ ଧୋଇ ଯାଇଥିଲା । ରବିବାର ସକାଳେ ଖାଲପୁରର ସ୍ଥାନୀୟ ଲୋକେ ବ୍ରିଜ୍ ତଳେ କାର ଖସି ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ନଦୀ ଭିତରୁ ଏକ ବୋଟ ସାହାଯ୍ୟରେ ମୃତ ଦେହ ଉଦ୍ଧାର କରିଥିଲା ପୋଲିସ। ମୃତ ତିନି ଜଣଙ୍କ ଘର ଫାରୁକାବାଦରେ ।




