ରାଜ୍ୟ

ପାଖେଇ ଆସୁଛି ଘୋଷଯାତ୍ରା , ପ୍ରଶାସନର କଡା ବ୍ୟବସ୍ଥା

ତିନି ଦିନ ପରେ ମହାପ୍ରଭୁ ଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା  । ମହାମହିମ ରାଷ୍ଟ୍ରପତି ଚଳିତ ବର୍ଷ ରଥଯାତ୍ରା ରେ ସାମିଲ ହେବା ସହ ରଥ ଟାଣିବାର କାର୍ଯ୍ୟକ୍ରମ ରହିଛି |

ଶ୍ରୀଗୁଣ୍ଡିଚାରୁ ନିଳାଦ୍ରୀ ବିଜେ ପର୍ୟ୍ୟନ୍ତ ପୁରୀରେ ଲାଗିବ ଭିଡ଼ । କଡ଼ା ନଜରରେ ରହିବ ପୁରୀ ସହର । ଏପରିକି ପୂରା ସହର ସୁରକ୍ଷା ବଳୟ ଭିତରେ ରହିବ। ତେଣୁ ରଥଯାତ୍ରା ଭିଡ଼କୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ସହ ବିଭିନ୍ନ ବିଭାଗ ସମନ୍ବୟ ରକ୍ଷା କରିବା ପାଇଁ ମକଡ୍ରିଲ୍ କରାଯାଇଛି।   ପୁରୀ ଟାଉନ ଥାନା ଅନ୍ତର୍ଗତ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ରେ ମକଡ୍ରିଲ୍ କରାଯାଇଛି। ଶୃଙ୍ଖଳିତ ତଥା ସୁରକ୍ଷିତ ରଥଯାତ୍ରା ପାଇଁ କରାଯାଉଛି ମକଡ୍ରିଲ୍। ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ବୟ କିଭଳି ରହିବ ସେନେଇ ମକଡ୍ରିଲ କରାଯାଇଛି । ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ, ମେଡିକାଲ, ପୋଲିସ, ପରିବହନ, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ବିଭାଗ ମକଡ୍ରିଲ୍ ରେ ସାମିଲ୍ ହୋଇଥିଲେ। ଏହି ମକଡ୍ରିଲ୍ରେ ମଧ୍ୟ ପୁରୀ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହିଥିଲେ । ମାନବ ଶୃଙ୍ଖଳା ଧାଡି ଦ୍ୱାରା ଗ୍ରୀନ କରିଡର ମାଧ୍ୟମ ରେ କିପରି ଆମ୍ବୁଲାନ୍ସ ଯିବାଠାରୁ ଆରମ୍ଭ କରି ସମୁଦ୍ର ସ୍ନାନ ସମୟରେ ବୁଡି ଯାଉଥିବା ପର୍ଯ୍ୟଟକ ଙ୍କୁ କିପରି ଉଦ୍ଧାର କରାଯିବ, ଭିଡ଼ ମଧ୍ୟରେ ଯଦି ଦଳାଚକଟା ହୁଏ ତେବେ ପରିସ୍ଥିତି କୁ କିପରି ନିୟତ୍ରଣ କରାଯିବ ସେ ନେଇ ଏହି ମକଡ୍ରିଲ କରାଯାଇଛି |

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button