ରାଜ୍ୟ

ରେଆର ର ଶିଶୁ ମହୋତ୍ସବ -୨୦୨୪ ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ସୁବର୍ଣ୍ଣପୁର ଜିଲ୍ଲାର ସ୍ବେଛାସେବୀ ସଂସ୍ଥା ରେଆର ତରଫରୁ ଜିଲ୍ଲା ସଦର ଧୂବାମୁଣ୍ଡା ଠାରେ ଶିଶୁ ଦିବସ ଅବସରରେ ଶିଶୁ ମହୋତ୍ସବ ପ୍ରତିଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଲିନା ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ୍ୟ ଶଙ୍କର୍ଷଣ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲବ ଷଡ଼ଙ୍ଗୀ, ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନିତା ଗୁରୁ, ଟାସ୍କ ଫୋର୍ସ ସଦସ୍ୟ ସ୍ୱାଧୀନ ମେହେର, ସ୍ୱତନ୍ତ୍ର ଅତିଥିଭାବେ ଆକାଶ ମେହେର ଓ ନିମିଶା ଦନ୍ତା ଓ ରେଆର ର ପ୍ରତିଷ୍ଠାତା ସଦସ୍ୟ ଗୌରୀଶ୍ୟାମ ପଣ୍ଡା, ଅମ୍ବୁଜ ବିହାରୀ ଶତପଥି ଯୋଗ ଦେଇଥିଲେ।

ଅତିଥି ମାନଙ୍କ ଦ୍ୱାରା ନେହେରୁ ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଡେ କେୟାର ଥେରାପି କେନ୍ଦ୍ରର କର୍ମଚାରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ଏହି ଅବସରରେ ଶିଶୁ ମାନଙ୍କ ମଧ୍ୟରେ ରଙ୍ଗୋଲି, ଚିତ୍ରାଙ୍କନ, ସଂଗୀତ, ନୃତ୍ୟ, ମ୍ୟୁଜିକ ଚେୟାର ଆୟୋଜିତ ହୋଇଥିଲା ଏଥିରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା!କାର୍ଯ୍ୟକ୍ରମ କୁ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button