ରାଜ୍ୟ

ରୋଷେଇ କଲାବେଳେ ଅଘଟଣ : ଫାଟିଲା ଗ୍ୟାସ ସିଲିଣ୍ଡର, ୩ ଗୁରୁତର

ରାୟଗଡ଼ା: ଫାଟିଲା ଗ୍ୟାସ ସିଲିଣ୍ଡର, ୩ ଗୁରୁତର । ରାୟଗଡ଼ା ରାଣୀଗୁଡ଼ା ଫାର୍ମ ଅଞ୍ଚଳରେ ରୋଷେଇ କଲା ବେଳେ ଅଘଟଣ ଘଟିଛି। ଗୁରୁତର ଆହତଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏବଂ ଜଣଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ମୁତାବକ ତିନି ଜଣ ଘର ଭଡ଼ା ନେଇ ରହୁଥିଲେ।

ଆଜି ସକାଳେ ରୋଷେଇ କଲାବେଲେ ହଠାତ୍ ଗ୍ୟାସ ଲିକ୍ ହୋଇ ସିଲିଣ୍ଡର ଫାଟି ଯାଇଥିଲା। ଦୁର୍ଘଟଣାରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। କବାଟ ଝରକା ବନ୍ଦ ଥିବାରୁ ଅବସ୍ଥା ଅଧିକ ଶୋଚନୀୟ ହୋଇଯାଇଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button