ରାଜ୍ୟ

ଲଗାଣ ବର୍ଷା: ଦବିଲା ୫ ଶହ ମିଟର କଂକ୍ରିଟ ରାସ୍ତା

ଳେଶ୍ବର: ଉତ୍ତର ଓଡ଼ିଶାରେ ଦୁଇ ଦିନ ଧରି ପ୍ରବଳ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ଝାଡପିମ୍ପଳ ଓ ବାଇଗଣ ବାଡିଆ ପଞ୍ଚାୟତ ନିକଟରେ କଂକ୍ରିଟ ରାସ୍ତା ଦବି ଯାଇଛି।

ବାଲିଆପାଳ-କମର୍ଦ୍ଦା ମୁଖ୍ୟ ରାସ୍ତାର ୫ ଶହ ମିଟରରୁ ଅଧିକ ଲମ୍ବର କଂକ୍ରିଟ ରାସ୍ତା ଦବିଯାଇଛି।

ରାସ୍ତାର ତଳୁ ମାଟି ଅତଡା ଖସିଛି । ଦବିଯାଇଥିବା ରାସ୍ତା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଏହି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button