ରାଜ୍ୟ

ବିଶ୍ଵ ମଧୁମେହ ଦିବସ ଓ ଶିଶୁ ଦିବସ ପାଳନ

ବିଶ୍ଵ ମଧୁମେହ ଦିବସ ଓ ଶିଶୁ ଦିବସ ପାଳନ ସମ୍ବଲପୁର:ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭୂତାପଡା ତରଫରୁ ଆଜି ୱ।ର୍ଡ ୩୩ ଅନ୍ତର୍ଗତ ସୁନାପାଲି ଠାରେ ବିଶ୍ଵ ମଧୁମେହ ଦିବସ ପାଳନ କରାଯାଇଥିଲା। ଏଥିରେ ମଧୁମେହ ରୋଗର ଲକ୍ଷଣ, ନିରାକାରଣ ଓ ଚିକିତ୍ସା ଉପରେ ସଚେତନତା ପ୍ରଦାନ କରଯାଇଥିଲା।ଏହି ଅବସରରେ ଏଠାରେ ରକ୍ତ ଶର୍କରା ନମୁନା ପରୀକ୍ଷଣ ମଧ୍ୟ କରାଯାଇଥିଲା ଓ ଆରୋଗ୍ୟ ମନ୍ଦିର ଠାରେ ଉପଲବ୍ଧ ଥିବା ଚିକିତ୍ସା ବ୍ୟବସ୍ଥାର ସୁବିଧା ନେବା ପାଇଁ ସଚେତନତା ପ୍ରଦାନ କରଯାଇଥିଲା।

ଅନ୍ୟ ପକ୍ଷରେ ଆରୋଗ୍ୟ ମନ୍ଦିର ଭୂତା ପଡା ତରଫରୁ ରେହମତ ନଗର ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଶିଶୁ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଶିଶୁ ମାନଙ୍କର ସବଳ ସ୍ୱାସ୍ଥ୍ୟ ଗଠନ ରେ ଉପଯୁକ୍ତ ପୃଷ୍ଟିକର ଖାଦ୍ୟ ପ୍ରଣାଳୀ ତଥା ଶୀତ ଋତୁରେ ଶିଶୁ ମାନଙ୍କ ଠାର ପରିଲକ୍ଷିତ ବିଭିନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଉପରେ ସଚେତନତା ପ୍ରଦାନ କରଯାଇଥିଲା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭୁତା ପଡା ଠାରେ ମଧ୍ୟ ବିଶ୍ଵ ମଧୁମେହ ଦିବସ ପାଳନ କରାଯାଇଥିଲା। ଏଥିରେ ମଧୁମେହ ରୋଗର ଲକ୍ଷଣ, ନିରାକରଣ, ଚିକିତ୍ସା ଉପରେ ସଞ୍ଜୀବ ପ୍ରଧାନ ସଚେତନତା ପ୍ରଦାନ କରିଥିଲେ । ଯୋଗ ଦ୍ୱାରା ଏହାର ନିରାକରଣ ପାଇଁ ଏକ ଯୋଗ ଶିବିର ଆୟୋଜନ କରାଯାଇ ଥିଲା। ଆଜିର ଏହି ଦିବସ ପାଳନ ରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସମସ୍ତ ସଦସ୍ୟ ଓ କର୍ମଚାରୀ ସହଯୋଗ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button