ରାଜ୍ୟ
ଆଜିଠୁ କଟକର ଐତିହାସିକ ବାଲିଯାତ୍ରା, ଚଳଚଞ୍ଚଳ ମହାନଦୀ କୂଳ

ଆଜିଠୁ କଟକର ଐତିହାସିକ ବାଲିଯାତ୍ରା। ମହାନଦୀ କୂଳରେ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଦୋଳି ବନ୍ଧାଠାରୁ ଆରମ୍ଭ କରି ମଞ୍ଚ ସଜା ସବୁଠି ଚାଲିଛି ଜୋରସୋର କାମ। ଏଥରର ମୁଖ୍ୟ ଆକର୍ଷଣ ରହିବ କଟକ ଇନ୍ କଟକ। ଚଳିତବର୍ଷ ବାଲିଯାତ୍ରାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାଲିଯାତ୍ରାର୍ରେ ଭିଡ଼କୁ ନଜରରେ ରଖି ଟ୍ରାଫିକ କଟକଣା ଜାରି ହୋଇଛି।
ଜାରି ହୋଇଥିବା ଟ୍ରାଫିକ କଟକଣା ଅନୁସାରେ, କୌଣସି ଚାରିଚକିଆ ଯାନ ସିଧାସଳଖ ବାଲିଯାତ୍ରା ପଡିଆ ନିକଟକୁ ଯାଇପାରିବେ ନାହିଁ।