ରାଜ୍ୟ

ସାମ୍ବାଦିକତା ତାଲିମ୍‌ ଶିବିର

ଭୁବନେଶ୍ଵର: ଭୁବନେଶ୍ଵର କିଟ୍ କ୍ୟାମ୍ପସରେ ଶୁକ୍ରବାର ଦିନ ସାମ୍ବାଦିକ ମାନଙ୍କ ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶାର ୩୦ରୁ ଅଧିକ ବରିଷ୍ଠ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିକାଲି ଯେଉଁଭଳି ଭାବେ ବିଭ୍ରାନ୍ତିକର ଖବର ପ୍ରସାରଣ କରାଯାଉଛି। ସେଗୁଡିକୁ କିଭଳି ଭାବେ ସଠିକ୍ ଭାବେ ଚିହ୍ନଟ କରାଯାଇପାରିବ, ସେ ନେଇ ଆଲୋଚନା କରାଯାଇଥିଲା।

ଆମେରିକାର ଜଣେ ସୁଦକ୍ଷ ପ୍ରଶିକ୍ଷକ ଏଥିରେ ଯୋଗଦେଇ ସାମ୍ବାଦିକ ମାନଙ୍କୁ ଫ୍ୟାକ୍ଟ ଚେକିଂ ତାଲିମ୍ ପ୍ରଦାନ କରିଥିଲେ। ଆମେରିକା କନସୁଲେଟ୍ ଜେନେରାଲ୍ ହାଇଦ୍ରାବାଦ ଏହି କାର୍ଯ୍ୟକ୍ରମ ପାଇଁ ଆର୍ଥିକ କ୍ଷେତ୍ରରେ ସହାୟତା ପ୍ରଦାନ କରିଥିବାବେଳେ ଓସମାନିଆ ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶେଷରେ ଅଂଶଗ୍ରହଣକାରୀ ସାମ୍ବାଦିକ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। କିଛି ତାଲିମପ୍ରାପ୍ତ ସାମ୍ବାଦିକ ଖବର ପ୍ରକାଶନ ପୂର୍ବରୁ ଖବର ପଛରେ କେତେ ସତ୍ୟତା ରହିଛି, ଫ୍ୟାକ୍ଟ ଚେକିଂ ଭିଡିଓ, ଫଟୋ , ଅଡିଓ ଇତ୍ୟାଦିରେ ଏହି ନୂତନ ଜ୍ଞାନ କୌଶଳକୁ ବ୍ୟବହାର କରିଥିବା ଦେଖିବାକୁ ମିଳିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button