ଧର୍ମଶାଳା ରାଜନୀତି : ଅଭିମାନ କୁ ଭୁଲି ପ୍ରଣବ ଙ୍କ ଯୋଡି ହେଉଛନ୍ତି ସାଧାରଣ ଜନତା
ଯାଜପୁର : ନିର୍ବାଚନ ପୂର୍ବରୁ ସମୟ ଓ ଏବେ କା ସମୟ ସ୍ୱତନ୍ତ୍ର ଅଲଗା ଦେଖିବାକୁ ମିଳିଛି ଯାହାକି ଏବେ ଚର୍ଚ୍ଚା ରେ ଧର୍ମଶାଳା ରାଜନୀତି । ବିଜେଡି ପୁର୍ବତନ ବିଧାୟକ ପ୍ରଣବ କୁମାର ବଲବନ୍ତ ରାୟ (ଜିତୁ) ଙ୍କ ଉପରେ ଅଭିମାନ କରି ସ୍ୱାଧୀନ ବିଧାୟକ ଙ୍କୁ ଜିତାଇଥିଲେ । ଯେଉଁ ଲୋକମାନଙ୍କର ଅଭିମାନ ଜିତୁ ଙ୍କ ଉପରେ ଥିଲା କିନ୍ତ ଏବେ ଭଲପାଇବା ରେ ବଦଳି ଯାଇଛି କାରଣ ଲୋକେ ପୁରୁଣା ଓ ନୂଆ ଭିତରେ ପାର୍ଥ୍ୟକ ଅନୁଭବ କରିସାରିଲେଣି ଯାହାକି କିଛି ଦିନରେ ଧର୍ମଶାଳା ରେ ହୋଇଥିବା ପଦଯାତ୍ରା ଜନ ସୁମୁଦ୍ର ଦେଖି ଜଣା ଯାଉଛି ।
ଜିତୁ ବି ଏକ ଘରେଇ ଟିଭି କାର୍ଯ୍ୟକ୍ରମ ରେ କହିଛନ୍ତି ନିର୍ବାଚନ ରେ ମୋର କିଛି ତ୍ରୁଟି ରହିଯାଇଥିଲା ଯାହାକି ମୋ ଉପରେ କିଛି ଲୋକ ଅଭିମାନ କରିଛନ୍ତି କିନ୍ତୁ ମୁଁ ତ୍ରୁଟି କୁ ସୁଧାରିବକୁ ଚେଷ୍ଟା କରିଛୁ ଓ ସଫଳ ହେବି । କିଛି ଦିନ ତଳେ ଧର୍ମଶାଳାରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରାରେ କ୍ଷମତା ପ୍ରଦର୍ଶନ କରାଯାଇଥିଲା । ହଜାର ହଜାର ବିଜୁ ଜନତା ଦଳ କର୍ମୀଙ୍କ ଉପସ୍ଥିତି ଜିତୁ ଙ୍କ ଆତ୍ମବିଶ୍ଵାସ ଫେରାଇଛି। ୫ ମାସ ତଳେ ଭାରତୀୟ ଜନତା ପାର୍ଟି ସମର୍ଥନରେ ବିଜୟୀ ହୋଇଥିବା ହିମାଂଶୁ ସାହୁଙ୍କ ଶହ ଶହ ସମର୍ଥକଙ୍କୁ ଏହି ପଦଯାତ୍ରାରେ ଦେଖିବାକୁ ମିଳିବା ପରେ କିଛି ଦିନ ଧରି ଚୁପ ରହିଥିବା ବିଜେପି ନେତା ତଥା ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେନ୍ଦୁରା ଧର୍ମଶାଳାରେ ଚାଲିଥିବା ମାଫିଆ ରାଜ ଓ କଳା ପଥର ଲୁଟ ସମ୍ପର୍କରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ସାମ୍ବାଦିକ ସମ୍ମିଳନା କରି ଧର୍ମଶାଳା ରେ ଚାଲିଥିବା ପାହାଡ଼ ଚୋରି ର ଗୁମର ଖୋଲିଥିଲେ ଯାହାକି ଧର୍ମଶାଳା ସମେତ ସାରା ରାଜ୍ୟ ରେ ହଟ ଚମଟ କରିଥିଲା ।
ଲୋକମାନେ ଧର୍ମଶାଳା ରେ ହୋଇଥିବା ବିକାଶ କଥା ମନରୁ ଭୁଲି ନାହାନ୍ତି କିଛି ଲୋକେ କହୁଛନ୍ତି ଆମେ ଭୁଲ କରିଦେଇଛୁ କିନ୍ତୁ ଆଉ ଭୁଲ କରିବୁନୁ ଆମେ ଜାଣିଗଲୁଣୁ ଧର୍ମଶାଳା ଏବେ କଣ ଚାଲିଛି ଏଠି ବିକାଶ ବଦଳରେ ବିନାଶ ଚାଲିଛି ଚାରିଆଡେ ଅଶାନ୍ତ ଓ ଡର ଭୟ ବାତାବରଣ କିଛି ଲୋକେ କହିଲେଣି ଶାନ୍ତ ଧର୍ମଶାଳା ଏବେ ଅଶାନ୍ତ ହୋଇଗଲାଣି। ଏଭିଲି କାର୍ଯ୍ୟକଳାପ ଅସନ୍ତୁଷ୍ଟ ହୋଉ ଯାହାକି ଜିତୁ ଙ୍କ ଯୋଗା ଯୋଗରେ ବହୁ କର୍ମୀ ଅଛନ୍ତି ଯାହାକି ସମୟ ସୁବିଧା ଦେଖି ଘର ବାହୁଡା କରିବେ । ଏହା ସହିତ ଶାସକ ଦଳର କର୍ମୀ ମାନେ ଜିତୁ ଙ୍କ ଗାଡି ଉପରେ ଅଣ୍ଡା ମାଡ଼ କରିଥିଲେ ଏହା ସହିତ ଶାସକ ଦଳ ର କର୍ମୀମାନେ ଏହି ଘଟଣା କୁ ନିଜ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ନୂତନ ବିଧାୟକଙ୍କୁ ବେଶ ଅଡ଼ୁଆ ପରିସ୍ଥିତି ରେ ପକାଇ ଥିଲେ ।ଏହି ଘଟଣା ରାଜନୀତି ଇତିହାସରେ କଳା ଅକ୍ଷରେ ଲିପି ବଦ୍ଧ ହୋଇଗଳା। ଶାସକ ଦଳକୁ ବିରୋଧୀ ମାନେ ଅଣ୍ଡା ମାଡ଼ କରନ୍ତି କିନ୍ତୁ ଧର୍ମଶାଳା ରେ ଶାସକ ଦଳ ବିରୋଧୀ କୁ ଅଣ୍ଡା ମାଡ଼ କରିଥିଲା ଯାହାକି ସାରା ଓଡ଼ିଶାରେ ଏହି ଘଟଣା କୁ ନିନ୍ଦା କରାଯାଇଥିଲା ।
ଏହା ସହିତ ରାଜ୍ୟ ଯୁବ ବିଜେଡି ନେତା ମାନେ ବିଭିନ୍ନ ଗଣ ମାଧ୍ୟମରେ ନୂତନ ବିଧାୟକ କୁ ସୁଚେଇ ଦେଇଥିଲେ ଯଦି କେବେ ଏଭଳି ଘଟଣା ଘଟେ ଯୁବ ବିଜୁ ଜନତା ଦଳ ନେତା ମାନେ ରାଜାରାସ୍ତ କୁ ଆସିବ । ଏହା ପରେ ନୂତନ ବିଧାୟକ ସୋସିଆଲ ମିଡ଼ିଆ ରେ ଦୁଃଖ ପ୍ରକାଶ କରୁଥିଲେ ହେଁ ଏଭଳି ଘଟଣାକୁ ଧର୍ମଶାଳା ବିଭିନ୍ନ ଗାଁ ଠୁ ବଜାର ସବୁଠି ନୂତନ ବିଧାୟକ ଛି ଛାକର କରୁଥିଲେ । ଏହା ପରେ ଧର୍ମଶାଳା ବିଭିନ୍ନ ଅଞ୍ଚଳର ଲୋକ ମାନେ ଜିତୁ ଭେଟିବା ସହ ଏଭକି ଘଟଣା ଙ୍କୁ ନିନ୍ଦା କରିଥିଲେ । କିଛି ଲୋକ ଙ୍କ କହିବା ମୁତାବକ ଯଦି ଆମେ ଅନ୍ୟାୟ ଵିରୁଦ୍ଧ ରେ ମୁହଁ ଖୋଲିବୁ ତାହେଲେ ଆମ ମିଥ୍ୟା କେଶରେ ଫସିବୁ କିନ୍ତୁ ଆମର ଡର ନାହିଁ ଆମେ ଉଚିତ ସମୟ କୁ ଅପେକ୍ଷା କରିଛୁ ।
ଏହା ସହିତ ନୂତନ ବିଧାୟକ ଙ୍କ ଅନୁଗାମୀ ଏଭଳି କାର୍ଯ୍ୟକଳାପ ରେ ଅସନ୍ତୁଷ୍ଟ ହୋଇ କରି ନିଜ ନିଜ ସୋସିଆଲ ମିଡିଆରେ ଧର୍ମଶାଳା ରେ ଚାଲିଥିବା ମାଫିଆ ରାଜା ର ଖୁଲାସା କରିଛନ୍ତି ଯାହାକି ସାଧାରଣରେ ନୂତନ ବିଧାୟକ ବଦନାମ ହୋଇଗଲେଣି । ଏବେ ଗାଁ ଗାଁ ରେ ଲୋକେ ପ୍ରଣବଙ୍କୁ ଖୋଜିଲେଣି , ବିଭିନ୍ନ ପୂଜା ପାର୍ବଣ ହେଉ ଅବା ଅନ୍ୟ କାର୍ଯ୍ୟ ସବୁଥିରେ ଆଗରେ ଏବେ ଜିତୁ ଏହି କାର୍ଯ୍ୟକ୍ରମ ରେ ବହୁ ସାଧାରଣ ଲୋକ ଜିତୁ ସହ ଯୋଡି ହେବାର ରେ ଦେଖିବାକୁ ମିଳୁଛି । ଜିତୁ ସୋସିଆଲ ମିଡିଆରେ ବହୁତ ଲାଇକି କମେଣ୍ଟ ଓ ଭିଓର ବି ଦେଖି ବାକୁ ମିଳୁଛି ଆଗକୁ ଜିତୁ ଙ୍କ ପାଇଁ ଶୁଭ ସଂକେତ ଦେଉଛି ଯାହା ଖବର ମିଳୁଛୁ ଧର୍ମଶାଳା ଚାଲିଥିବ ଲୁଟ ଓ ଅନ୍ୟାୟ କୁ ସହି ନପାରି ଶାସକ ଶିବିରରେ କିଛି ବରିଷ୍ଟ ଯୁବ କର୍ମୀ ମାନେ ଏବେ ବିଜେଡି ସହ ଯୋଗାଯୋଗ ରେ ଅଛନ୍ତି ଯାହାକି ଆଗମୀ ଦିନରେ ଧର୍ମଶାଳା ରାଜନୀତି ରେ ପାଗ ବଦଳାଇ ପାରନ୍ତି ବୋଲି ଅଲୋଚନା ହେଉଛି ।