ରାଜ୍ୟ
ରାଜଧାନୀରେ ‘CNG’ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍

ରାଜଧାନୀରେ ‘CNG’ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ । ଖଣ୍ତଗିରି ଅଞ୍ଚଳରେ ଗ୍ୟାସ୍ ଲିକ୍ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ରାସ୍ତାମଝିରେ ଅଟକି ରହିଥିଲା ଶତାଧିକ ଗାଡ଼ି । ଦୀର୍ଘ ୪୫ ମିନିଟ୍ ପରେ ଆୟତ୍ତ ହୋଇଥିଲା ଗ୍ୟାସ୍ ଏବଂ ସୁରକ୍ଷିତ ଭାବେ ଗାଡ଼ିକୁ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା ।
‘CNG’ ଟ୍ୟାଙ୍କରଟି ବରମୁଣ୍ତାରୁ ଖୋର୍ଦ୍ଧା ପଟକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା । ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ପାଣି ସ୍ପ୍ରେ କରିବା ସହ ଏସ ବିଶେଷଜ୍ଞ ଟିମ୍ ମଧ୍ୟ ପହଞ୍ଚି ଲିକ୍ ହେଉଥିବା ଟ୍ୟାଙ୍କର ଭାଲଭକୁ ବନ୍ଦ କରିଥିଲେ । ଫଳରେ କିଛି ସମୟ ମଧ୍ୟରେ ସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା ।