ରାଜ୍ୟ

ଟଙ୍କା ପାଇଁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ୪ ଜଣଙ୍କୁ ହାଣିଲେ

ଭଦ୍ରକ ନୂଆବସ୍ ଷ୍ଟାଣ୍ଟ ପୋଲ ତଳେ ଟଙ୍କା ନ ଦେବାରୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡାଇ ଜଣେ ଡ୍ରାଇଭରଙ୍କୁ ୩ ନିଶାସକ୍ତ ଦୁର୍ବୃତ୍ତ ହାଣିଥିଲେ। ଏହା ଦେଖି ରାସ୍ତାରେ ଯାଉଥିବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷି ହୋଇଥିଲା।

ଆକ୍ରମଣରେ ୪ ଗୁରୁତରଙ୍କ ମଧ୍ୟରୁ ୨ ଜଣ ସ୍ଥାନାନ୍ତର କରାଯାଇଛି । ଥାନାକୁ ଯିବା ସମୟରେ ମଧ୍ୟ ସେମାନଙ୍କ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଦେଖଣାହାରୀମାନେ କହିଛନ୍ତି। ଖବର ପାଇ ପୁଲିସ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି।

ସୂନାଯୋଗ୍ୟ, ଗତକାଲି ରାତି ପ୍ରାୟ ୧୦ଟା ପରେ ଏକ ଅଣ୍ଡା ଵୋଝେଇ ଟ୍ରକ୍‌ ଭଦ୍ରକର ନୂଆ ଵସଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲା। ସେଠାରେ ଡ୍ରାଇଭର ଟ୍ରକ୍‌ରୁ ଅନ୍ୟ ଏକ ଛୋଟ ଗାଡ଼ିକୁ ଅଣ୍ଡା ଅନଲୋଡ କରୁଥିଲେ।

ହଠାତ ୩ଜଣ ନିଶାସକ୍ତ ଦୁର୍ବୃତ୍ତ ପହଞ୍ଚି ଡ୍ରାଇଭରଙ୍କୁ ଟଙ୍କା ମାଗିଥିଲେ। ମାତ୍ର ଟ୍ରକ୍‌ ଡ୍ରାଇଭର ମନା କରିଦେବାରୁ ସେମାନେ ତାଙ୍କୁ ମାଡ଼ ମାରିଥିଲେ।  ଭୟଭୀତ ହୋଇ ଡ୍ରାଇଭର ଟ୍ରାନ୍ସପୋର୍ଟ ମାଲିକ ଚରମ୍ପା ଅଞ୍ଚଳର ପି ବାସୁଙ୍କୁ ଫୋନ କରିଥିଲେ।

ପି ବାସୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ନିଶାସକ୍ତ ଦୁର୍ବୃତ୍ତମାନେ ସେମାନଙ୍କୁ ଗାଳିଗୁଲଜ କରି ସେମାନଙ୍କୁ ଗୋଡାଇ ଗୋଡାଇ ଛୁରୀ, ଭୁଜାଲି ଓ ବ୍ଲେଡରେ ଆକ୍ରମଣ କରିଥିଲେ।

ସେମାନେ ଏକ ଅଟୋ ଯୋଗେ ଭଦ୍ରକ ଟାଉନ ଥାନାକୁ ଆସି ଅଭିଯୋଗ କରିଥିଲେ। ଏହି ସମୟ ମଧ୍ୟରେ ବି ନିଶାସକ୍ତ ଦୁର୍ବୃତ୍ତମାନେ ଏକ ଗାଡ଼ିରେ ସେମାନଙ୍କ ପିଛା କରି ଆକ୍ରମଣ କରିଥିଲେ।

 

 

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button