ଦେଶ- ବିଦେଶ

କେମିତି ଖେଳିବେ ସୁରକ୍ଷିତ ହୋଲି? ଜାଣନ୍ତୁ କରୋନା ଠାରୁ ନିଜକୁ ଦୂରେଇ ରଖିବାର ଉପାୟ

କରୋନା ଭାଇରସର ଭୟ ଲୋକଙ୍କ ମନରେ ଏତେ ମାତ୍ରାରେ ବଢ଼ିଯାଇଛି ଯେ ଲୋକମାନେ ଗୋଟିଏ ସ୍ଥାନରେ ଏକାଠି ହେବାକୁ ଚାହୁଁନାହାନ୍ତି। ଏମିତିରେ ଅନୁମାନ କରାଯାଉଛି ଯେ ଏହି ଜୀବନନାଶକ ଭାଇରସର ପ୍ରକୋପ ହୋଲିରେ ଅଧିକ ବଢ଼ିପାରେ। ହୋଲିରେ ଗୋଟିଏ ଜାଗାରେ ଲୋକମାନେ ଏକାଠି ହୁଅନ୍ତି ଆଉ ଏଥିରେ ପାଣିର ଖୁବ୍‌ ବ୍ୟବହାର କରାଯାଏ। ଏମିତି ପରିସ୍ଥିତିରେ ଏହା ଆଶଙ୍କା କରାଯାଉଛି ଯେ କୋରନା ଭାଇରସର ସଂକ୍ରମଣ ଲୋକଙ୍କୁ ଇଫେକ୍ଟ ପକାଇପାରେ। କିନ୍ତୁ ତାମାନେ ନୁହେଁ ଯେ ଆପଣ ଏ ବର୍ଷ କରୋନା ଭୟରେ ହୋଲି ଖେଳିବେନାହିଁ। ଆପଣ ହୋଲି ଖେଳିବେ, କାହିଁକିନା ଆପଣଙ୍କ ପାଇଁ ଆମେ ଆଜି କିଛି ଖାସ୍‌ ଟିପ୍ସ ନେଇ ଆସିଛୁ ଯାହାକୁ ଧ୍ୟାନରେ ରଖିଲେ ଆପଣ କରୋନା ଭାଇରସ ଠାରୁ ନିଜକୁ ରକ୍ଷା କରିପାରିବା ସହିତ ହୋଲି ଖେଳର ଆନନ୍ଦ ଉଠାଇପାରିବେ।

-ପର୍ବ-ପର୍ବାଣୀରେ ଆମେ ଅନେକ ଜିନିଷକୁ ଅଣଦେଖା କରିଦିଅନ୍ତି। କିନ୍ତୁ ଏଥର ହୋଲିରେ ଆମକୁ ବିଶେଷ ସାବଧାନ ଏବଂ ସତର୍କରେ ରହିବା ଆବଶ୍ୟକ।

holi corona-ଏମିତି ତ ହୋଲିକୁ ରଙ୍ଗର ପର୍ବ ବୋଲି କୁହାଯାଏ। କିନ୍ତୁ କରୋନା ଭାଇରସ ପାଇଁ ଏଥର ହୋଲିରେ ରଙ୍ଗ ଖେଳିବାବେଳେ ପାଣିର ବ୍ୟବହାର କରନ୍ତୁନାହିଁ।

-କରୋନାର ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ସୁଖିଲା ରଙ୍ଗ ବ୍ୟବହାର କରନ୍ତୁ।

holi-ହେବି ଭାଇରସ୍‌ ହେବା କାରଣରୁ କରୋନା ଅଧିକ ଦୂର ପର୍ଯ୍ୟନ୍ତ ଟ୍ରାଭେଲ କରିପାରିବନାହିଁ। କିନ୍ତୁ ଏହା ଜଳ ଦ୍ୱାରା ଅଧିକ ବାଟ ଟ୍ରାଭେଲ କରିପାରିବ ଏମିତିରେ ସୁରକ୍ଷିତ ରହିବା ପାଇଁ ହୋଲିର ଚେଷ୍ଟା କରନ୍ତୁ ସୁଖିଲା ରଙ୍ଗ ଖେଳିବାକୁ।

-ହୋଲି ଖେଳରେ ମସଗୁଲ ହୋଇ ସ୍ୱାସ୍ଥ୍ୟକୁ ବିଲକୁଲ ବି ଅଣଦେଖା କରିବା ଅନୁଚିତ। କାହିଁକିନା ବହୁତ ସମୟରେ ଆମେ ଧ୍ୟାନ ଦିଅନ୍ତିନାହିଁ ଯେ ନାକ ଏବଂ ଆଖିରୁ ପାଣି ବା ବାହାରିଥାଏ। କିନ୍ତୁ ଏମିତି ଭୁଲ ବିଲକୁଲ କରିବା ଅନୁଚିତ ଆଉ ଡାକ୍ତରଙ୍କୁ ଥରେ ନିଶ୍ଚୟ ପରାମର୍ଶ କରିବା ଜରୁରୀ।

holi-pic-ସେହିପରି ଚେଷ୍ଟା କରନ୍ତୁ ଭିଡ ସ୍ଥାନକୁ ନ ଯିବା ପାଇଁ। ସବୁଠାରୁ ଭଲ ହେବ ଏଥର ହୋଲିରେ କୁଆଡେ ନ ଯାଇ ନିଜ ଘରେ ହିଁ ହୋଲି ଖେଳନ୍ତୁ।

-ହୋଲି ଦିନ ଯଦି କୌଣସି ବାହାର ଲୋକ ଆପଣଙ୍କ ଘରକୁ ଆସୁଛନ୍ତି ତେବେ ତାଙ୍କୁ ସାନିଟାଇଜର ବ୍ୟବହାର କରିବାକୁ କୁହନ୍ତୁ। ତାପରେ ଯାଇ ରଙ୍ଗ ଲଗାଇବାକୁ ଦିଅନ୍ତୁ।

-ସାର୍ବଜିନକ ସ୍ଥାନକୁ ଯିବା ସମୟରେ ମାସ୍କ ପିନ୍ଧିବାକୁ ଆଦୌ ବି ଭୁଲନ୍ତୁନାହିଁ।

-ଏଥର ହୋଲିରେ ଆପଣ ଜଣେ ଜଣଙ୍କୁ ସମ୍ପୂର୍ଣ୍ଣ ରଙ୍ଗ କରିବା ବଦଳରେ କେବଳ ମଥାରେ ତିଳକ ଲଗାଇ ପର୍ବର ମଜା ଉଠାଇବାକୁ ଚେଷ୍ଟା କରନ୍ତୁ।

-ସେହିପରି ହୋଲି ଦିନ ବଜାର ମିଠା ଠାରୁ ନିଜକୁ ଦୂରେଇ ରଖନ୍ତୁ। ପାରୁଛନ୍ତି ଯଦି ଘରେ ହିଁ କିଛି ପରିବାର ଲୋକଙ୍କ ପାଇଁ ମିଠା ବନାଇ ପର୍ବକୁ ପାଳନ କରିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button