ରାଜ୍ୟ

ବିପଦ ମୁକ୍ତ ହେବ ଏନଏଚ ୪୯ର ଦ୍ୱାରଶୁଣି ଘାଟି ରାସ୍ତା,୪ ଲେନ୍ ପାଇଁ ଖର୍ଚ୍ଚ ହେବ ୨୬୪ କୋଟି ଟଙ୍କା

ବାଙ୍ଗିରିପୋଷି,୦୯/୧୧: ମୟୂରଭଞ୍ଜ ଜିଲ୍ଲାବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତା ହେବ ବିପଦ ମୁକ୍ତ । ବଦଳିବ ମରଣଯନ୍ତା ପାଲଟିଥିବା ରାସ୍ତାର ନକ୍ସା । ବିପର୍ଯ୍ୟସ୍ତ ହୋଇ ପଡିଥିବା ଘାଟି ରାସ୍ତା ୨ ଲେନରୁ ହେବ ୪ ଲେନ ରାସ୍ତା । ଖର୍ଚ୍ଚ ହେବ ୨୬୪ କୋଟି ଟଙ୍କା । ଏଥିନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ।

ଏଥିନେଇ ଏକ ବୈଠକ ବାଙ୍ଗିରିପୋଷି ସ୍ଥିତ ଖଇରୀ ରିସୋର୍ଟ ଠାରେ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ଲୋକସଭା ସାଂସଦ ନବଚରଣ ମାଝୀ, ସାରସକଣା ବିଧାୟକ ଭାଦବ ହାଁସଦା, ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସୁଗଦା ମୁର୍ମୁଙ୍କ ସହ ଏନଏଚଏଆଇ ଆଞ୍ଚଳିକ ଅଧିକାରୀ ଭିରେନ୍ଦ୍ର ସିଂ(ଦିଲ୍ଲୀ), ଏନଏଚଏଆଇ ପିଡି ଜେପି ଦାସବର୍ମା ପ୍ରମୁଖଙ୍କ ସହ ବହୁ ବିଭାଗୀୟ ପଦାଧିକାରୀ, ବିଜେପି କର୍ମୀ ଘାଟି ରାସ୍ତା ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ଏଥିପାଇଁ ବୈଠକ ହୋଇଥିଲା । ବିପର୍ଯ୍ୟସ୍ତ ହୋଇ ପଡିଥିବା ରାସ୍ତାର କିପରି ତୁରନ୍ତ ମରାମତି କରାଯିବ, ସେଥିନେଇ ଆଲୋଚନା କରଯାଇଥିଲା

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button