ରାଜ୍ୟ

ବିଜେଡି ସଂଖ୍ୟାଲଘୁ ସେଲର ସାଙ୍ଗଠନିକ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ବିଜେଡି ସଂଖ୍ୟାଲଘୁ ସେଲର ସାଙ୍ଗଠନିକ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସାମିଲ ହୋଇଥିଲେ। ପରେ ବିଜେଡି ସଂଖ୍ୟାଲଘୁ ସେଲର ସାଙ୍ଗଠନିକ କର୍ମକର୍ତ୍ତା ବୈଠକକୁ ନେଇ ସାମ୍ବାଦିକ ସମ୍ମିଳନୀ କରଯାଇଥିଲା। ଏହି ବୈଠକରେ ବିଭିନ୍ନ ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା ହୋଇଛି।

ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ଯ୍ୟକର୍ତା ମାନେ ସେମାନଙ୍କ କଥା କହିଲେ। ବିଜେଡି ଏକ ଧର୍ମ ନିରପେକ୍ଷ ଦଳ। ସବୁ ବର୍ଗଙ୍କୁ ନେଇ ଚାଲିବ ଦଳ। ଯେଉଁମାନେ ଭାଇଚାରା ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ତାଙ୍କୁ ଏହା କରିବାକୁ ଦିଆଯିବ ନାହିଁ ବୋଲି ହେଲା ନିଷ୍ପତ୍ତି।

ୱାକଫ ବିଲ ସଂସଦରେ ଆଣିବାକୁ ବିଜେପି ଉଦ୍ୟମ କରୁଛି। ଯେଉଁଥିପାଇଁ ଜେପିସି ଗଠନ ହୋଇଛି। ଏହାକୁ ବିଜେଡି ବିରୋଧ କରିବ। ଅପେକ୍ଷା ରହିଛି ଜେପିସିର ନିଷ୍ପତ୍ତିକୁ।

ବିଜେପି ମିଛ କଥା କହି ସରକାରକୁ ଆସିଛି। ଲୋକଙ୍କ ବିଶ୍ୱାସ ରଖିଲାନି। କିନ୍ତୁ ବିଜେଡି ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦେଇଆସିଛି। ସେଥିପାଇଁ ଜାତୀୟ ସ୍ତରରେ ନା ଇଣ୍ଡିଆ ନା ଏନଡିଏ ସହ ଥିଲା ବିଜେଡି।

ଭାରତରେ ସବୁ ଧର୍ମ ବର୍ଗର ଅଧିକାର ରହିଛି। କିଏ ନିଜ ଘରେ ପ୍ରାର୍ଥନା କରିବାକୁ କଣ ମନା ଅଛି କି ବୋଲି ପ୍ରଶ୍ନ କଲେ ବିଜେଡି ସାଂସଦ ମୁନା ଖାଁ। କିନ୍ତୁ ଏବେ ଏସବୁ ବେଳେ ଦୁର୍ବ୍ୟବହାର ହେଉଛି। ଭଙ୍ଗାରୁଜା ହେଉଛି।

ନମାଜ ପଢିବାକୁ ଦିଆଯାଉ ନାହିଁ। ଓଡ଼ିଶାରେ ଦଙ୍ଗା ନ ଥିଲା। ଏହାକୁ ପ୍ରତିହତ କରାଯିବ। ସଂଖ୍ୟାଲଘୁ ସେଲର ଭାଇମାନେ ଭାଇଚାରା ରକ୍ଷା କରିବାକୁ ପ୍ରସ୍ତାବ ପାସ ହୋଇଛି ବୋଲି କହିଲେ ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button