ପ୍ରଣବ କୁମାର ବଳବନ୍ତରାୟ ଏକ ନାମ ନୁହେଁ ଏହା ଏକ ବ୍ରାଣ୍ଡ : ଯୁବନେତା ସୁବ୍ରତ କୁମାର ଧଳ
ଯାଜପୁର : ସରକାର ବଦଳିଛି, ନେତୃତ୍ବ ବି ବଦଳିଛି, ଆସିଛି ନୂଆ ସରକାର କିନ୍ତୁ ଧର୍ମଶାଳା ରେ ଯେଉଁ ଆକାଶ ଛୁଆଁ ବିକାଶ ମୂଳକ କାର୍ଯ୍ୟ ହୋଇଛି । ତାହା କେବଳ ସମ୍ଭବ ହୋଇଛି ପ୍ରଣବ କୁମାର ବଳବନ୍ତରାୟ ଙ୍କ ଦୃଢ ଇଚ୍ଛା ଶକ୍ତି ପାଇଁ । ଆମ ସରକାର ଓ ଆମ ନେତା ଦୃଢ଼ ଇଚ୍ଛା ଶକ୍ତି ରେ ଧର୍ମଶାଳା ରେ ବିକାଶ ହୋଇଛି ତାହା ଓଡ଼ିଶାବାସୀ ଜାଣିଛନ୍ତି ତଥାପି କିଛି ସଂକ୍ଷିପ୍ତ ରେ କହୁଛି ଆମ ଧର୍ମଶାଳା ବିକାଶ ହୋଇଛି । ଗୋଟିଏ ଦିନରେ ୫୦୦୦ ରୁ ଉର୍ଦ୍ଧ ଭତ୍ତା ବଣ୍ଟନ । ଗୋଟିଏ ଦିନରେ ଟ.୧୬୧ କୋଟି ର ରାସ୍ତା ଶିଳାନ୍ୟାସ। ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରୋଜେକ୍ଟ ରେ ୭୦୧ ପ୍ରକଳ୍ପ ପାଇଁ ଟ. ୨୭ କୋଟି ମୁଖ୍ୟମନ୍ତ୍ରୀ ଙ୍କ ସ୍ଵତନ୍ତ୍ର ସହାୟତା ଯୋଜନାରୁ ୧୧୫ ଟି ପ୍ରକଳ୍ପ ପାଇଁ ଟ. ୧୫ କୋଟି। ୪୬ ହଜାର ପରିବାର କୁ କାଳିଆ ଯୋଜନା ୭୩ ହଜାର ପରିବାର କୁ ରାସନ୍ କାର୍ଡ। ୭୩ ହଜାର ପରିବାର କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ୬୭ ଟି ଉଚ୍ଚ ବିଦ୍ୟାଳୟ କୁ ଟ.୪୧ କୋଟି ଖର୍ଚ୍ଚ ରେ ରୂପାନ୍ତରଣ। ୨୦ ଟି ମହାବିଦ୍ୟାଳୟ କୁ ଟ.୧୦ କୋଟି ଖର୍ଚ୍ଚ ରେ ରୂପାନ୍ତରଣ ।
ଧର୍ମଶାଳା ସ୍ବାସ୍ଥ୍ୟ କେନ୍ଦ୍ର କୁ ଟ.୨.୮କୋଟି ରେ ରୂପାନ୍ତରଣ। ୨୬ ଟି ପଞ୍ଚାୟତ ରେ ମୋ ବ୍ୟାଙ୍କ ଖୋଲାଯାଇଛି । ଧର୍ମଶାଳା ରେ ମନ୍ଧିର,ମସଜିଦ, ଚର୍ଚ୍ଚ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ର ବ୍ୟୟ କରାଯାଇଛି । ଏହି ଭଳି ଅନେକ ଗୁଡିଏ କାର୍ଯ୍ୟ କରାଯାଇ ଧର୍ମଶାଳା କୁ ପ୍ରଗତି ର ପ୍ରୟୋଗ ଶାଳ ଭାବେ ଗଢ଼ି ତୋଳିଛନ୍ତି ପୂର୍ବତନ ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ ।