ରାଜ୍ୟ

ସମ୍ପତି ଲୋଭରେ ମା’ଓ ଭଉଣୀଙ୍କୁ ହତ୍ୟା

ମ୍ବଲପୁର : ସମ୍ପତି ଲୋଭ ହେଲା କାଳ । ବୃଦ୍ଧା ମା’ ଏବଂ ଭଉଣୀଙ୍କୁ ଜିଅନ୍ତା ଜାଳି ହତ୍ୟା । କିନ୍ତୁ ଏହାକୁ ଅଗ୍ନିକାଣ୍ଡର ରୂପ ଦେବାକୁ ଯାଇ ପୋଲିସ ହାତରେ ଧରା ପଡିଛନ୍ତି ବାପା ଓ ପୁଅ । ଗତକାଲି ସମ୍ବଲପୁର ମାନେଶ୍ବର ହାଟପଦା ଅଞ୍ଚଳରେ ମାଆ ଓ ଝିଅଙ୍କ ଦଗ୍ଧ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଘଟଣାରେ ମୃତ ବୃଦ୍ଧାଙ୍କ ପୁଅ ଓ ନାତିଙ୍କୁ ଗିରଫ କରିଛି ସମ୍ବଲପୁର ସଦର ଥାନା ପୋଲିସ।

ସେମାନେ ହେଲେ ଜଗନ୍ନାଥ ଦିକ୍ଷୀତ ଓ ତାଙ୍କ ପୁଅ ସଙ୍କେତ ଦିକ୍ଷୀତ ।ମୃତକ ହେଉଛନ୍ତି ୯୨ବର୍ଷ ବର୍ଷୀୟା ମା’ସ୍ନେହଲତା ଦୀକ୍ଷିତ ଏବଂ ୬୨ ବର୍ଷ ବର୍ଷୀୟା ଅବିବାହିତା ଭଉଣୀ ସିରିନ୍ଧ୍ରି ଦୀକ୍ଷିତ । ସେ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ।

ଘରେ ମାଆ, ଝିଅ ଶୋଇଥିବା ବେଳେ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିଲା। ପ୍ରମାଣ ନଷ୍ଟ ପାଇଁ ୨ ଜଣଙ୍କୁ ଘର ଭିତରେ ପେଟ୍ରୋଲ ଢାଳି ଜାଳି ଦେଇଥିଲେ ଅଭିଯୁକ୍ତ ବାପା ପୁଅ। ସ୍ନେହଲତାଙ୍କର ୪ ଝିଅ ଓ ଜଣେ ପୁଅ ଥିଲେ । କିନ୍ତୁ ପୂର୍ବରୁ ୨ ଝିଅଙ୍କର ମୃତ୍ୟୁ ଘଟି ସାରିଥିବାବେଳେ ଗତକାଲି ସିରିନ୍ଧ୍ରିଙ୍କର ନିଆଁରେ ପୋଡି ହୋଇ ମୃତ୍ୟୁ ଘଟିଛି ।

ଘଟଣାନୁସାରେ,ଗତକାଲି ମାନେଶ୍ବର ହାଟପଦା ଅଞ୍ଚଳରେ ଏକ ୨ ମହଲା ଘରର ଉପର ମହଲାରୁ ଶୋଇଥିବା ଅବସ୍ଥାରେ ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଥିବା ୨ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା ସମ୍ବଲପୁର ମାନେଶ୍ଵର ପୋଲିସ । ତେବେ ସମ୍ପତ୍ତି ପାଇଁ ମା’ ଓ ଭଉଣୀଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ମୃତକଙ୍କ ସାନ ଝିଅ ଇନ୍ଦ୍ରାଣୀ ପୁରୋହିତ ।

ସିରିନ୍ଧ୍ରି ଓ ମା ସ୍ନେହଲତା ଘରର ଉପର ମହଲାରେ ରହୁଥିବାବେଳେ ଭାଇ ଜଗନ୍ନାଥ ତାଙ୍କ ପରିବାର ସହିତ ତଳ ମହଲାରେ ରହୁଥିଲେ । ବାର୍ଦ୍ଧକ୍ୟ ଯୋଗୁଁ ସ୍ନେହଲତା କିଛି ଦିନ ହେଲା ଶଯ୍ୟାଶାୟୀ ଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ଘରର ଉପର ମହଲାରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ସହ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରି ମୃତଦେହ ଉଦ୍ଧାର କରିଥିଲା । ଏ ସମ୍ପର୍କରେ ସଦର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ସାବିତ୍ରୀ ବଳ କହିଛନ୍ତି ।

ଘଟଣା ସମ୍ପର୍କରେ ଜଗନ୍ନାଥ ଦୀକ୍ଷିତ କହିଛନ୍ତି ଯେ, ରାତିରେ ଆମେ ଶୋଇଥିବାବେଳେ ବାହାରୁ ଜଣେ ଡାକ ଦେଇ ଘର ଉପର ମହଲା ଜଳୁଥିବା ଖବର ଦେବାରୁ ତୁରନ୍ତ ଅଗ୍ନିଶମ ଓ ପୁଲିସକୁ ଖବର ଦେଇଥିଲୁ। ମୋ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ଅଟେ। ମୋତେ ମୋ’ ଭାଗର ଜମି ଦିଆଯାଇଥିଲା। ମା’ ମଧ୍ୟ ଜମି ରଖିଥିଲେ। ମୁଁ ବାପାଙ୍କ ସମସ୍ତ କ୍ରିୟାକର୍ମ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button