ରାଜ୍ୟ

ନିମ୍ନମାନର ଠିକା କାମ- ନେତାଙ୍କ ଚାପରେ ପ୍ରଶାସନ ଚୁପ

ବଲାଙ୍ଗୀର ଜିଲ୍ଲାରେ ଠିକାଦାରଙ୍କ ଚାଲିଛି ବେଆଇନ ରାଜୁତି ! ସରକାରୀ ନିୟମ କାନୁନ ବିରୋଧରେ କୋଟି କୋଟିର ଠିକା କାମ ଚାଲିଥିବା ଅଭିଯୋଗ । ପାଟଣାଗଡ ସହର ରାମପୁର ଠାରେ ପ୍ରାୟ ୪ କୋଟି ୮୪ଲକ୍ଷ ଟଙ୍କାରେ ନିର୍ମାଣ ହେଉଛି ବଜାର ପ୍ରାଙ୍ଗଣ  । ସତ୍ୟପ୍ରକାଶ ଅଗ୍ରୱାଲ ନାମକ ଜଣେ ଠିକାଦାର ଏହାର ଟେଣ୍ଡର ପାଇଥିବା ବେଳେ କାମ ଆରମ୍ଭ ହୋଇସାରିଛି । ହେଲେ ବିନା କୌଣସି ସୂଚନା ଫଳକରେ ନିମ୍ନ ମାନର କାମ ଚାଲିଛି । ନିର୍ମାଣାଧିନ କୋଠା ଭିତରେ ବି ବାଲି ବଦଳରେ ମୋରମ ଭର୍ତି ଚାଲିଥିବା ଦେଖିବାକୁ ମିଳିଛି । ଏହି କାମ ପାଇଁ  ମୋରମ ଚୋରିର ମଧ୍ୟ ଅଭିଯୋଗ ଉଠିଛି। ଏପରିକି ତେଣ୍ଡାପଦର କୁ ସଂଯୋଗ କରୁଥିବା ରାସ୍ତା ବି ଆଉ ବ୍ୟବହାର ଯୋଗ୍ୟ ହୋଇ ରହିନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେପଟେ  ନିମ୍ନମାନର କାମ ଏବଂ ମୋରମ ଚୋରୀ ବିଷୟରେ କିଛି ଉତ୍ତର ଦେଇ ପାରୁ ନାହାନ୍ତି ଠିକା ସଂସ୍ଥା ମ୍ୟାନେଜର।

କାମ ଚାଲୁଥିବା ଖାଲୁଆ ସ୍ଥାନ କୁ ସମତଳ କରିବାକୁ ତେଣ୍ଡାପଦର ଆର ଆଇ ସର୍କଲରୁ ଦୀର୍ଘ ୨ମାସ ଧରି ହଜାର ହଜାର ଟ୍ରିପ ମୋରମ ଉଠାଯାଇଥିବା ବେଳେ ମାତ୍ର ୮୫ ଟ୍ରିପର ରୟାଲ୍ଟି  ପ୍ରଦାନ କରିଛନ୍ତି ଠିକାଦାର।  ଅବଶିଷ୍ଟ ମୋରମ ଚୋରି କାରଣରୁ ରାଜସ୍ୱ ହରାଉଛନ୍ତି ସରକାର।  ହେଲେ ଏ ବିଷୟ ରେ ତେଣ୍ଡାପଦର RI ଏବଂ ପାଟଣାଗଡ ତହସିଲଦାର ପାଖରେ ଖବର ନାହିଁ । ଏ ବିଷୟ ରେ ତହସିଲଦାରଙ୍କୁ ପଚାରିବାରୁ  ସେ ଆରଆଇ ଙ୍କୁ ପଚାରିବେ ଏବଂ ଚୋରୀ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ସେପଟେ ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ପ୍ରାୟ ସବୁ କାମରେ ମନମାନୀ  ନେଇ ପାଟଣାଗଡ ପୂର୍ବତନ ବିଧାୟକ ସରୋଜ ମେହେର ଏବଂ ବ୍ଲକ  କଂଗ୍ରେସ  ସଭାପତି ପତିତପାବନ ପ୍ରଧାନ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button