ଆଇନା ଘରେ ରଖିଛନ୍ତିକି ? ଭୟଙ୍କର କଥା ଜାଣନ୍ତୁ
ଆଇନା କରିଥାଏ କାଙ୍ଗାଳ। । ଆଇନା ସାମ୍ନାରେ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି କି,ତେବେ ଏହା ଜାଣିଲେ ଆପଣ ଆଇନା କୁ ଭୟ କରିବେ । ଆଇନା ସୌନ୍ଦର୍ଯ୍ୟ ର ପରିଚୟ ଦେଇଥାଏ କିନ୍ତୁ ଏହା ସହିତ ଏକ ଭୟାନକ ତଥ୍ୟ ମଧ୍ୟ ଦେଇଥାଏ । ବାସ୍ତୁ ଶାସ୍ତ୍ର ଏହା ଏମିତି ଏକ ଶାସ୍ତ୍ର ଅଟେ ଯାହା ଆପଣଙ୍କ ସମସ୍ତ ପ୍ରକାରର ଅସୁବିଧା ର ସମାଧାନ କରିଥାଏ । ଘରକୁ ସୁନ୍ଦର ଏବଂ ସୁସଜ୍ଜିତ କରିବା ପାଇଁ ଆଇନା ଦରକାର ହୋଇଥାଏ। ଆଇନା ଘରକୁ ଆହୁରି ସୁନ୍ଦର ବନାଇ ଥାଏ ।
ଆଇନା ଜୀବନର ଏକ ବହୁତ ମହତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇଥାଏ । ଲୋକେ ଆଇନା ରେ ନିଜକୁ ପ୍ରସ୍ତୁତ କରିଥାନ୍ତି ବା ସଜେଇଥାନ୍ତି । ଆଇନା ଆଗରେ ସଜେଇ ହେବାକୁ ୯୦% ଲୋକ ପସନ୍ଦ କରିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଆଇନା ନକରାତ୍ମକ ଉର୍ଜ୍ଜା ସୃଷ୍ଟି କରିଥାଏ ଏବଂ ବହୁତ ସମସ୍ୟା ଆଣିଥାଏ । ତେବେ ଚାଲନ୍ତୁ ଜାଣିବା।
୧:- ବହୁତ ସମୟ ନିଜକୁ ଆଇନା ରେ ଦେଖିବା ବାସ୍ତୁ ଶାସ୍ତ୍ର ରେ ବର୍ଜିତ ଅଟେ । ଏହା କରିବା ଦ୍ୱାରା ନକରାତ୍ମକ ଊର୍ଜା ଆପଣଙ୍କ ଶରୀରରେ ପ୍ରବେଶ କରିଥାଏ । ଏହା ଦ୍ଵାରା ଆପଣ ଧୀରେ ଧିରେ ବର୍ବାଦୀ ଆଡ଼କୁ ଟାଣି ହୋଇଯାଆନ୍ତି ।
୨:- ଖାସ କରି ଆଇନା ରାତିର ଏକାନ୍ତରେ ଭୁଲ ରେ ବି ଦେଖନ୍ତୁ ନାହିଁ। କାରଣ ରାତି ସମୟରେ ଆଇନା ର ରୂପ କିଛି ଅଲଗା ପ୍ରକାରର ରହିଥାଏ । ଆଇନାଆପଣଙ୍କ ସୌନ୍ଦର୍ଯ୍ୟ ର ପରିଚୟ ଦେବା ସହିତ ନକରାତ୍ମକ ଉର୍ଜା ର ସଂକେତ ମଧ୍ୟ ଦେଇଥାଏ । ତାହା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ।
୩:- ବାସ୍ତୁ ଶାସ୍ତ୍ର କୁହେ ଯେ ଆଇନା ସୌନ୍ଦର୍ଯ୍ୟ ସଜାଡ଼ିବା ସଙ୍ଗେ ସଙ୍ଗେ ଭାଗ୍ୟ ମଧ୍ୟ ସଜାଡି ଦେଇଥାଏ । ଆଇନା ସହିତ କିଛି ଭୁଲ ହେଲେ ସ୍ଵାସ୍ଥ୍ୟ, ଧନ, ସୌନ୍ଦର୍ଯ୍ୟ ରେ ବାଧା ମଧ୍ୟ ଆଣିଥାଏ । ଏଣୁ ସତର୍କ ରୁହନ୍ତୁ ।
୪:- ଯାହା ପଛେ ହେଇଯାଉ ଏମିତି ଭୁଲ କରନ୍ତୁ ନାହିଁ । ବେଡ଼ରୁମ ରେ ଆଇନା କେବେ ବି ରଖନ୍ତୁ ନାହିଁ । ଯଦି କୌଣସି କାରଣରୁ ଆବଶ୍ୟକ ପଡ଼ିଥାଏ, ତେବେ ଆଇନା ଏମିତି ସ୍ଥାନ ରେ ରଖନ୍ତୁ ଯେପରି ଆପଣ ସକାଳୁ ଉଠିବା ସମୟରେ ଆଇନା ରେ ଆପଣଙ୍କ ମୁହଁ ନ ଦେଖାଯାଏ । ଆଇନା ରେ ଆପଣଙ୍କ ବିଛଣା ଯେମିତି ଦେଖାନଯାଏ । କାରଣ ଏହା ବହୁତ ଅଶୁଭ ହୋଇଥାଏ ।