ଦେଶ- ବିଦେଶ

ଧନର ବର୍ଷା କରିବ ଏହି ଫୁଲ, ବାସ କରନ୍ତୁ ଏହି ଉପାୟ

ବନ୍ଧୁଗଣ ଅପରାଜିତାର ମାନେ ଯିଏ କେବେ ବି ହାରି ନଥାଏ ବା ଯାହାର କେବେ ବି ପରାଜୟ ହୋଇ ନଥାଏ । ଏହାର ଅନ୍ୟ ଏକ ନାମ ହେଉଛି ନୀଳକଣ୍ଠ ଯାହା ଶିବଙ୍କର ଅନ୍ୟ ଏକ ନାମ ଅଟେ । ଅପରାଜିତା ମାତା ଦୂର୍ଗାଙ୍କର ମଧ୍ୟ ଏକ ନାମ ଅଟେ । ଏଣୁ ଏହି ଅପରାଜିତା ଫୁଲଟି ଶିବ ଓ ଶକ୍ତି ଙ୍କର ଏକ ସ୍ୱରୂପ ହୋଇଥାଏ । ଏହା ଅତ୍ୟନ୍ତ ଗୁଣକାରୀ ଓ ଚମତ୍କାରୀ ହୋଇଥାଏ । ଏହି ଅପରାଜିତା ଭାରତର ସବୁ ଜାଗାରେ ଦେଖିବାକୁ ମିଳିଥାଏ । ଏହି ଅପରାଜିତ ର କିଛି ପ୍ରୟୋଗ ଦ୍ଵାରା ମଣିଷର ଦୁଃଖ ଦୁର୍ଦଶା ଦୂର ହେବା ସହିତ ସେ ଧନ ଐଶ୍ଵର୍ଯ୍ଯ ର ମଧ୍ୟ ଅଧିକାରୀ ହୋଇଥାଏ । ତେବେ ଏହି ଅପରାଜିତାର ପ୍ରୟୋଗ କିପରି ହୋଇଥାଏ ଓ ଏହାର ଫାଇଦା କଣ ହୋଇଥାଏ ଏହା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ ।

ଯଦି ଆପଣ ଧନର ସମସ୍ୟାରେ ସବୁବେଳେ ବିଚଳିତ ରହୁଛନ୍ତି ତେବେ ଏହି ଉପାୟ କଲେ ସବୁ ଦୁଃଖ ଦୁର୍ଦଶା ଦୂର ହେବା ସହିତ ଧନ ଓ ସୁଖ ସମୃଦ୍ଧିର ବୃଦ୍ଧି ଦେଖିବାକୁ ପାଇବେ । ଏହି ସରଳ ଉପାୟ ଟି କରିବା ସମୟରେ ଧ୍ୟାନ ରଖିବେ ଯେପରି ଆପଣଙ୍କୁ କେହି ଦେଖିବେ ନାହିଁ । କିମ୍ବା କୌଣସି କଥା ହେବେ ନାହିଁ । ତେବେ ଯାଇ ଏହାର ପ୍ରକୃତ ଫଳ ଆପଣ ପାଇ ପାରିବେ ।

ବନ୍ଧୁଗଣ ଆପଣମାନେ ଏହି ଅପରାଜିତା ଫୁଲ ବିଷୟରେ ନିଶ୍ଚୟ ଜାଣିଥିବେ ଏହାକୁ ସଂସ୍କୃତରେ ବିଷ୍ଣୁକାନ୍ତା ଓ ବିଷ୍ଣୁପ୍ରିୟା ମଧ୍ୟ କୁହାଯାଏ । ଏହି ଫୁଲ କେବଳ ଶିବ ପାର୍ବତୀ ଗଣେଶ କାର୍ତ୍ତିକଙ୍କର ପ୍ରିୟ ନୁହେଁ ବରଂ ହନୁମାନ ସହିତ ଲକ୍ଷ୍ମୀ ନାରାୟଣଙ୍କର ମଧ୍ୟ ପ୍ରିୟ ହୋଇଥାଏ । ଏଣୁ ଘରେ ରୋଜଗାରରେ ବୃଦ୍ଧି କରିବା ପାଇଁ ଏହି ଉପାୟ ନିଶ୍ଚୟ କରନ୍ତୁ । ଏବେ ଆସନ୍ତୁ ଜାଣିବା କଣ ସେହି ସବୁ ଉପାୟ । ଯାହାକୁ କରିବା ଦ୍ଵାରା ସମସ୍ତ ସମସ୍ଯା ଦୂର ହୋଇ ଧନର ଆଗମନ ହୋଇଥାଏ ।

୧. ଘରର ନଜର ଦୋଷ ଓ ତନ୍ତ୍ର ମନ୍ତ୍ର ଦୂର କରିବା ସହିତ ଧନର ଆଗମନ କରିଥାଏ

ଶନିବାର ଦିନ ରାତ୍ରି ସମୟରେ ଅପରାଜିତା ଫୁଲକୁ ମାଳଟିଏ କରି ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗୀ ଦିଅନ୍ତୁ । ଏହା ଦ୍ଵାରା ଭୁତ ପ୍ରେତର ବାଧା ଦୂର ହୋଇଥାଏ ଓ ଘରର ସମସ୍ତ ପ୍ରକାରର ନକରାତ୍ମକତା ଦୂର ହୋଇଥାଏ । ସକରାତ୍ମକ ଉର୍ଜ୍ଜାର ପ୍ରବେଶ ହୋଇଥାଏ । ଏହି ମାଳକୁ ଯଦି ଆପଣ ହନୁମାନଙ୍କୁ ସମର୍ପଣ କରି ତାହାକୁ ଆଣି ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗୀ ଦିଅନ୍ତି ତେବେ ନଜର ଦୋଷ ଦୂର ହେବା ସହିତ ମନ୍ତ୍ର ତନ୍ତ୍ର ପ୍ରଭାବକୁ ମଧ୍ୟ ଦୂର କରିଥାଏ । ଧନର ସମସ୍ତ ପ୍ରକାରର ସମସ୍ଯା ଦୂର ହୋଇଯାଏ ।

୨. କରଜ ମୁକ୍ତି ଓ ଧନ ପ୍ରାପ୍ତି ର ଉପାୟ

ଶନିବାର ଦିନ କିମ୍ବା ସୋମବାର ଦିନ ରାତ୍ରି ସମୟରେ ଏହି ଅପରାଜିତା ଫୁଲ ୫ ଟି ତୋଳି କୌଣସି ଏକ ନଦୀ କିମ୍ବା ଜଳ ସ୍ରୋତରେ ଭସାଇ ଦିଅନ୍ତୁ । ଧ୍ୟାନ ଦେବେ ଏହି କାର୍ଯ୍ୟ କରିବା ସମୟରେ କାହାରିକୁ ଜଣାଇବେ ନାହିଁ । କେହି ଦେଖିବେ ନାହିଁ କିମ୍ବା କିଛି କଥା ହେବେ ନାହିଁ । ଆପଣ ଏହି ଫୁଲକୁ ପାଣିରେ ଭସାଇ ଦେବା ପରେ ନିଜର ଇଷ୍ଟ ଦେବା ଦେବୀଙ୍କୁ ପ୍ରାର୍ଥନା କରନ୍ତୁ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button