କାହାର ହେବ ହ୍ଵାଇଟ୍ ହାଉସ୍ ? କମଳା ବନାମ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଫାଇଟ୍
ନୂଆଦିଲ୍ଲୀ, ୦୪/୧୧ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ଆଉ ମାତ୍ର ୪୮ ଘଣ୍ଟାର ଅପେକ୍ଷା । କିଏ ମାରିବ ବାଜି । କାହାର ହେବ ହ୍ଵାଇଟ୍ ହାଉସ୍ । କିଏ ହେବ ଆମେରିକା ପରବର୍ତ୍ତୀ ରାଷ୍ଟ୍ରପତି । ପୁଣି କ୍ଷମତାକୁ ଫେରିବେ ଟ୍ରମ୍ପ ନା ବାଜି ମାରିନେବେ ଭାରତୀୟ ବଂଶୋଦ୍ଭୋବ କମଳା ହାରିସ୍ ।
ଏ ନେଇ ବଢୁଛି ଉତ୍କଣ୍ଠା । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି ।
ଆସନ୍ତାକାଲି (ମଙ୍ଗଳବାର) ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ ଭୋଟ ଗ୍ରହଣ ହେବ । ଦୁଇ ହେବିୱେଟ୍ ନେତା ଦମ୍ ଦେଖାଇବେ । ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସ ଓ ରିପବ୍ଲିକନ ଦଳର ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିଗ୍ ଫାଇଟ୍ ହେବ । ଆଗୁଆ ଭୋଟ ରେକର୍ଡ- ନିର୍ବାଚନ ପୂର୍ବରୁ ନ୍ୟୁୟର୍କରେ ପ୍ରାରମ୍ଭିକ ମତଦାନରେ ରେକର୍ଡ ହୋଇଛି । ଯୁକ୍ତରାଷ୍ଟ୍ର ଆମେରିକାରେ ଲକ୍ଷଲକ୍ଷ ଭୋଟର ଆଗୁଆ ମତଦାନ କରିଛନ୍ତି । ୫୧ ନିୟୁତରୁ ଅଧିକ ଆମେରିକୀୟ ମତଦାନ କରି ସାରିଛନ୍ତି । ଯାହା ଇତିହାସରେ ପ୍ରଥମ । ଲମ୍ବା ଧାଡି, ଖରାପ ପାଣପାଗ ଓ ଅନ୍ୟାନ ସମସ୍ୟାରୁ ଦୂରେଇ ରହିବାକୁ ପ୍ରାରମ୍ଭିକ ଭୋଟ ଦେଇଛନ୍ତି ଭୋଟର ।
ନିର୍ବାଚନ ଜିତିବାକୁ ପ୍ରାର୍ଥୀଙ୍କୁ ୫୩୮ ଇଲେକ୍ଟ୍ରୋରାଲ ଭୋଟରୁ ୨୭୦ ଭୋଟ୍ ଆବଶ୍ୟକ । ଏହା ସହିତ ୩ଟି ପ୍ରମୁଖ ରାଜ୍ୟରେ ବାଜି ମାରିବାକୁ ପଡିବ । ମତଦାନ କେନ୍ଦ୍ରରେ ଭୋଟ ସରିବା ପରେ ଗଣତି ଆରମ୍ଭ ହେବ । ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ତାହା ସ୍ପଷ୍ଟ ହୋଇଯିବ । ନବନିର୍ବାଚିତ ରାଷ୍ଚ୍ରପତି ୨୦୨୫ ଜାନୁଆରୀ ୨୦ରେ କାର୍ଯ୍ୟକାଳ ଆରମ୍ଭ କରିବେ ।