ଦେଶ- ବିଦେଶ

ନିୟମିତ ସେବନ କରନ୍ତୁ ସେଓ : ଏସବୁ ରୋଗରୁ ପାଇବେ ମୁକ୍ତି

ସୁସ୍ଥ ରହିବାକୁ ସମସ୍ତେ ଚାହାନ୍ତି। ମାତ୍ର ବର୍ତ୍ତମାନର ଜୀବନଶୈଳୀରେ ସେସବୁ ସମ୍ଭବ ହୋଇପାରୁନାହିଁ। କେଉଁଠି ନା କେଉଁଠି ଅବହେଳା କାରଣରୁ ଅଧିକାଂଶ ଲୋକ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ତେବେ ନିଜକୁ ସୁସ୍ଥ ରଖିବା ପାଇଁ ଚାହୁଁଥିଲେ ପ୍ରତିଦିନ ସକାଳେ ଏକ ସେଓ ନିଶ୍ଚିତ ଖାଆନ୍ତୁ। ଏଥିରେ ଫାଇବର ମାତ୍ରା ଅଧିକ ଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।

ଏହାଛଡ଼ା ସେଓ ଅନେକ ରୋଗରୁ ରକ୍ଷା ମଧ୍ୟ କରିଥାଏ ।

ଜାଣନ୍ତୁ ସେ ସବୁ ସମ୍ପର୍କରେ…

ସେଓ ଖାଇବା ଫଳରେ କ୍ୟାନ୍‌ସର ଆଶଙ୍କା କମ୍‌ ହୋଇଥାଏ। ବିଶେଷକରି ଅଗ୍ନାଶୟ କ୍ୟାନ୍‌ସର ଆଶଙ୍କା ୨୩ ପ୍ରତିଶତ କମ୍‌ ହୋଇଥାଏ। ଏହାକୁ ଖାଇବା ଫଳରେ ମାଂସପେଶୀଜନିତ ସମସ୍ୟା ହୋଇ ନ ଥାଏ। ଏଥିରେ ଥିବା ଫାଇବର ଆଣ୍ଠୁ ଗଣ୍ଠି ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରେ ଫେନୋଲିକ୍‌ ରହିଥାଏ। ଏହା ହୃଦ୍‌ଘାତ ଆଶଙ୍କାରୁ ମଧ୍ୟ ଦୂରେଇ ରଖିଥାଏ। ଏହାକୁ ଖାଇବା ଫଳରେ ପାଚନତନ୍ତ୍ର ମଧ୍ୟ ଶକ୍ତ ହୋଇଥାଏ। ଫଳରେ ପେଟଜନିତ କୌଣସି ସମସ୍ୟା ଉପୁଜି ନ ଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button