ରାଜ୍ୟ

ଦୀର୍ଘ ବର୍ଷର ପରମ୍ପରା ହେଲା ବନ୍ଦ, ପ୍ରଶାସନର ଅନୁମତି ନମିଳିବାରୁ ଏମିତି କଲେ ଗାଁ ଲୋକେ

ଳେଶ୍ଵର : ଥୁଆ ହୋଇଛି ବିରାଟକାୟ ମହିରାବଣ । ରୁଣ୍ଡ ହୋଇଛନ୍ତି ଲୋକେ । ସମସ୍ତଙ୍କ ଭିତରେ ଅସନ୍ତୋଷ । କାହିଁକିନା ଭଙ୍ଗ ହୋଇଛି ପୂର୍ବ ପରମ୍ପରା । ଘଟଣା କଣ ଆପଣ ଜାଣିବାକୁ ଉିିତ୍ସୁକ ହେବେଣି । ତେବେ ଘଟଣାଟି ହେଉଛି କି, ଦୀର୍ଘ କୋଡିଏ ବର୍ଷର ପରମ୍ପରା ଏଠି ବନ୍ଦ ହୋଇଛି । ରାବଣକୁ ପୋଡିବା ପରିବର୍ତ୍ତେ ମାଟି ତଳେ ପୋତି ଦିଆଯାଇଛି ।

ବାଲେଶ୍ଵର ଜିଲ୍ଲା ବସ୍ତା ଥାନା କୁଡିଆ ପଞ୍ଚାୟତର ବେଲା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଦୃଶ୍ୟ ।

ପ୍ରଶାସନର ଅନୁମତି ନମିଳିବାରୁ ପୋଡି ନପାରି ଶେଷରେ ପୋତି ଦେଲେ ମହିରାବଣ । ସୂଚନା ଅନୁସାରେ ୨୦୦୧ ମସିହାଠାରୁ ବେଲା ଗ୍ରାମର ଯୁବକ ମାନେ ଏକତ୍ରିତ ହୋଇ କାଳୀପୂଜା ଅବସରରେ ମହିରାବଣ ପୋଡ଼ି କରି ଆସୁଥିଲେ । ଏଥିପାଇଁ ସ୍ଥାନୀୟ ନେତୃତ୍ୱ ମଣ୍ଡଳୀ ଏବଂ ସମାଜସେବୀଙ୍କ ଉପସ୍ଥିତିରେ ଦୀର୍ଘ ବର୍ଷ ଧରି ମହିରାବଣ ପୋଡି ଅନୁଷ୍ଠିତ ହୋଇଆସୁଥିଲା । ତେବେ ଚଳିତବର୍ଷ କାଳୀପୂଜାର ତିନି ଦିନ ପରେ ମହିରାବଣ ପୋଡି ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଶାସନ ପକ୍ଷରୁ ଏନେଇ ଅନୁମତି ମିଳିନଥିଲା । ଏନେଇ ଗ୍ରାମବାସୀ ପ୍ରଶାସନ ନିକଟରେ ମହିରାବଣ ପୋଡି ନିମନ୍ତେ ଅନୁମତି ପାଇଁ ବାରମ୍ବାର ନିବେଦନ କରିବା ପରେ ମଧ୍ୟ ଅନୁମତି ମିଳିନଥିଲା।

ଶେଷରେ ବିଫଳ ହେବା ପରେ ମହିରାବଣକୁ ପୋତି ଦେବାର ନିଷ୍ପତ୍ତି ନେଇଥିଲେ ଗ୍ରାମବାସୀ । ତେବେ ରାତି ଆଠଟା ସମୟରେ କୁଡ଼ିଆ ପଞ୍ଚାୟତର ସରପଞ୍ଚ ଗୈାରାଙ୍ଗ ବେହେରା ଓ ସମିତି ସଭ୍ୟ ଜୟପ୍ରକାଶ ନାରାୟଣ ବେହେରାଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ଫିତାକାଟି ଉଦଘାଟନ କରିବା ପରେ ବେଲା ଗ୍ରାମର ଶ୍ମଶାନରେ ଜେସିବି ଦ୍ୱାରା ଗାତ ଖୋଳାଯାଇ ରାବଣକୁ ପୋତି ଦିଆଯାଇଥିଲା । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button