ଜ୍ୟୋତିଷ

କଣ ପାଇଁ ମନା କରାଯାଇଥାଏ ଗୋଟିଏ ଗୋତ୍ରରେ ବିବାହ କରିବା ପାଇଁ ,ଏହା ପଛରେ ଅଛି ଏହି ବହୁତ ବଡ କାରଣ

ଜୀବନରେ ବିବାହ କରିବା ସମସ୍ତଙ୍କର ସ୍ଵପ ହୋଇଥାଏ ଯାହା ପାଇଁ ବି ଜୀବନ ସାରା ଉତ୍ସାହିତ ରହିଥାନ୍ତି । ସନାତନ ଧର୍ମରେ ବିବାହ କରିବା ପାଇଁ ଗୋତ୍ର ମିଶା ଯାଇଥାଏ ,ଯଦି ତାଙ୍କ ଗୋତ୍ର ମିଶୁଥାଏ ତାହେଲେ ସେହି ଦୁଇଜଣଙ୍କର ବିବାହ ହୋଇ ପାରେ ନାହିଁ । ସବୁବେଳେ ଆପଣ ଦେଖିଥିବେ ପୁଅକୁ ଝିଅ ଏବଂ ଝିଅକୁ ପୁଅ ପସନ୍ଦ ଆସିଥାଏ କିନ୍ତୁ ପରେ ଗୋତ୍ର ପାଖରେ ଆସି ଅଟକି ଯାଇଥାଏ ,କାରଣ ଆମ ଦୁଇ ଜଣଙ୍କ ଭିତରେ ମିଶି ଯାଇଥାଏ ଯେଉଁ କାରଣରୁ ତାଙ୍କର ବିବାହ ହୋଇପାରେ ନାହିଁ । ଆଜି ଆମେ ଆପଣଙ୍କୁ କହିବୁ କି ଏମିତି କାହିଁକି ହୋଇଥାଏ ,କଣ ପାଇଁ ଗୋତ୍ର ଦେଖି ବିବାହ କରାଯାଇ ଥାଏ ଏବଂ ଗୋଟିଏ ଗୋତ୍ରରେ ବିବାହ କଲେ କଣ ହୋଇଥାଏ ?ତାହେଲେ ଚାଲନ୍ତୁ ଜାଣିବା ବିବାହରେ କଣ ମହତ୍ଵ ଅଟେ ଦୁଇଟି ସମାନ ଗୋତ୍ରର ଏବଂ ଦୁଇଟି ଅଲଗା ଅଲଗା ଗୋତ୍ରର ।

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ ଗୋତ୍ର ମିଶାଇବା ବହୁତ ଜରୁରୀ ହୋଇଥାଏ କାରଣ ସମାନ ଗୋତ୍ର ଥିବା ଜଣେ ପୁଅ ଏବଂ ଝିଅର ବିବାହ କେବେ ହୋଇପାରେ ନାହିଁ ,କାରଣ ସନାତନ ଧର୍ମ ଅନୁସାରେ ଦୁଇଜଣ ଭାଇ ଭଉଣୀ ହୋଇଥାନ୍ତି ଏଥିପାଇଁ ସ୍ଵାମୀ ସ୍ତ୍ରୀ ହୋଇପାରିବେ ନାହିଁ । ଏମିତିରେ ଏକା ଗୋତ୍ରରେ ବିବାହ ନ କରିବା ପାଇଁ ବହୁତ କାରଣ ଅଛି, ଯାହା ଭିତରୁ ଗୋଟିଏ ଏହା କି ଯଦି ସମାନ ଗୋତ୍ର ଥିବା ପୁଅ ଝିଅଙ୍କର ବିବାହ ହୋଇଯାଏ ତାହେଲେ ତାଙ୍କ ସନ୍ତାନ କେବେବି ନର୍ମାଲ ହୋଇନଥାଏ ସେ ସବୁବେଳେ ବିକୃତ ହୋଇଥାନ୍ତି ।

ଜଣେ ଝିଅ ଓ ପୁଅଙ୍କ ବିବାହ ପୂର୍ବରୁ ତିନୋଟି ଗୋତ୍ର ଏମିତି ଅଟେ ଯାହାକୁ ଧ୍ୟାନରେ ରଖି ବିବାହ ସ୍ଥିର କରାଯାଇ ଥାଏ । ପ୍ରଥମ ଗୋତ୍ର, ବିବାହ କରୁଥିବା ପୁଅ ବା ଝିଅଙ୍କର, ଦ୍ଵିତୀୟ ତାଙ୍କ ବାପା ମାଆଙ୍କର ଓ ତୃତୀୟ ଗୋତ୍ର ତାଙ୍କ ଜେଜେମା’ଙ୍କର ଦେଖା ଯାଇଥାଏ । ଯଦି ଏହି ତିନୋଟି ଭିତରୁ କୌଣସି ବି ଗୋତ୍ର ପୁଅ ବା ଝିଅର ପରିବାର ବା ତାଙ୍କ ସହିତ ମିଶିଥାଏ ତାହେଲେ ସେହି ଦୁଇଜଣଙ୍କର ବିବାହ କରାଯାଇ ନଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button