ରାଜ୍ୟ

ବାଣ ଫୁଟାଇବାରୁ ଭୁବନେଶ୍ୱରରେ ବଢ଼ିଥିଲା ବାୟୁ ପ୍ରଦୂଷଣ: ବର୍ଷା ଦେଲା ଆଶ୍ବସ୍ତି, ୧୩୩କୁ ଖସିଲା AQI

ଭୁବନେଶ୍ୱର ୦୧/୧୧: ଦୀପାବଳି ପରେ ରାଜଧାନୀରେ ବଢ଼ି ଯାଇଥିଲା ବାୟୁ ପ୍ରଦୂଷଣ। ଧୂଆଁମୟ ହୋଇଯାଇଥିଲା ସହର। ଏୟାର କ୍ବାଲିଟି ଇଣ୍ଡେକ୍ସ ୨୩୦-୨୪୦ ବୃଦ୍ଧି ପାଇଥିଲା। ତେବେ ବର୍ଷା ଦେଲା ଆଶ୍ବସ୍ତି। କମିଲା ବାୟୁ ପ୍ରଦୂଷଣ ମାତ୍ରା। ବର୍ତ୍ତମାନ ଭୁବନେଶ୍ୱରରେ ୧୩୩ AQI ରହିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଚିବ କେ.ମୁରୁଗେସନ।

 

ବୁଧବାର ସକାଳେ ଏହା ୬୦-୭୦ AQI ଥିଲା, ଯାହା ସନ୍ତୋଷଜନକ ଥିଲା । ସନ୍ଧ୍ୟାରେ ଏହା ବଢ଼ି ୧୦୦ AQ ହୋଇଯାଇଥିଲା । ଗୁରୁବାର ସନ୍ଧ୍ୟାରେ ବାଣ ଫୁଟାରୁ ବଢ଼ି ୨୩୦-୨୪୦ ଏୟାର କ୍ବାଲିଟି ଇଣ୍ଡେକ୍ସ ହୋଇଯାଇଥିଲା । ଶୁକ୍ରବାର ସକାଳେ ଭୁବନେଶ୍ୱରରେ ବର୍ଷା ହେବାରୁ ୧୩୩ AQI ହୋଇଥିଲା । ଏହା ଆହୁରି କମିଯିବ । ବର୍ଷା ଯୋଗୁଁ ପ୍ରଦୂଷଣର ମାତ୍ରା ଭୁବନେଶ୍ୱରରେ କମିଛି । ବାଲେଶ୍ୱର, ରାଉରକେଲା, ତାଳଚେର ୧୦୦ AQI ଉପରେ ଥିଲା । ବାଲେଶ୍ବର ଓ ରାଉରକେଲା ବର୍ତ୍ତମାନ ୧୩୦-୧୪୦ AQI ପାଖାପାଖି ରହିଛି । ହେଲେ ତାଳଚେରରେ ଅଧିକ ରହିଛି । ଯାହା ୨୫୬ AQI । କାରଣ ପାଓ୍ବାର ପ୍ଲାଣ୍ଟ ଓ ଖଣି କାମ ସେଠାରେ ହେଉଛି । ଦିନେ ଦୁଇ ଦିନରେ ଏହା କମିଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button