ରାଜ୍ୟ

ଦୁର୍ଘଟଣା ଘଟଣା ବଦଳି ହେଲା ହତ୍ୟା, ଯୁବକ ଗିରଫ

ରିଆମାଳ,୦୧/୧୧: ଦୁର୍ଘଟଣା ଘଟଣା ବଦଳି ହତ୍ୟାରେ ପରିଣତ ହେଲା । ତଦନ୍ତରୁ ଜଣାପଡିଲା ସତ । ପଇସା ପତ୍ର ଲେଣ ଦେଣ ଏବଂ ତାଙ୍କ ସ୍ତ୍ରୀ ସହିତ ଖରାପ ସମ୍ପର୍କକୁ ନେଇ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ମୃତକ ଅମର ପ୍ରଧାନ ଏବଂ ହତ୍ୟାକାରୀ ସୁଶୀଳ କିଶାନ ବୋଲି ଜଣାପଡିଛି । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକରେ ଏଭଳି ଘଟଣା ଘଟିଛି ।

 

ସୂଚନା ମୁତାବକ, ରିଆମାଳ ଥାନା ତେଲିମୁଣ୍ଡା ଗ୍ରାମରେ ଗତ ମାସ ୧୧ ତାରିଖ ରାତି ୧୧ଟା ସମୟରେ ସେହି ଗ୍ରାମର ଅମର ପ୍ରଧାନ, ସୁଶୀଳ କିଶାନ ଓ ସଚ୍ଚିଦାନନ୍ଦ ସାହୁ ସହିତ ଘରକୁ ଫେରୁଥିବା ବେଳେ ଏକ ଚାରି ଚକିଆ ଗାଡି ଧକା ଦେବାରୁ ଡାକ୍ତରଖାନା ନେବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ଥାନାରେ ତାଙ୍କ ଭାଇ ଜୟନ୍ତ ଏତେଲା ହୋଇଥିଲେ । ଏ ନେଇ ପୋଲିସ ଏକ ମାମଲା ରୁଜୁ କରିଥିଲେ ଓ ତଦନ୍ତ ଆରମ୍ଭ କରିଥିଲେ l କିନ୍ତୁ ତଦନ୍ତରୁ ଜଣା ପଡ଼ିଥିଲା ଯେ, ଏହା ଦୁର୍ଘଟଣା ଜନିତ ମୃତ୍ୟୁ ନୁହଁ ବରଂ ଏହା ହତ୍ୟା l ହତ୍ୟା ତଦନ୍ତ କରାଯିବା ବେଳେ ସୁଶୀଳକୁ ପଚରା ଉଚୁରା କରିବାରୁ ସେ ହିଁ ଅମରକୁ ହତ୍ୟା କରିଥିବା ମାନିଥିଲା ଏବଂ କିଭଳି ହତ୍ୟା କରିଥିଲା ସେ ଘଟଣା ସମ୍ପର୍କ କହିଥିଲା ।

ତେବେ ପଇସା ପତ୍ର ଲେଣ ଦେଣ ଏବଂ ତାଙ୍କ ସ୍ତ୍ରୀ ସହିତ ଖରାପ ସମ୍ପର୍କକୁ ନେଇ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ହତ୍ୟାରେ ବ୍ୟବହୃତ କାର ସହିତ ସମସ୍ତ ସାମଗ୍ରୀ ଜବତ କରିଥିବା ଦେବଗଡ଼ ଏସ. ପି ଅନିଲ କୁମାର ମିଶ୍ର ପ୍ରେସ ମିଟର ସୂଚନା ଦେଇଥିଲେ । ଶୁକ୍ରବାର ଆସାମୀକୁ କୋର୍ଟ ଚାଲାଣ କରାଯିବ ବୋଲି କହିଥିଲେ l ପ୍ରେସମିଟ ବେଳେ ଥାନାଧିକାରୀ ସତ୍ୟବ୍ରତ ରାଉତ ଏବଂ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ l

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button