ରାଜ୍ୟ
ଧନତେରସ୍ରେ ଗହଣା ଦୋକାନରେ ଜିଏସଟି ଚଢାଉ

ଭବାନୀପାଟଣା: ସ୍ଥାନୀୟ ବସୁନ୍ଧରା ଜୁଏଲର୍ସ ନାମକ ଗହଣା ଦୋକାନରେ ଆଜି ଜିଏସଟି ବିଭାଗର ଚଢାଉ ଚାଲିଛି। ସ୍ଥାନୀୟ ଜିଏସଟି କାର୍ଯ୍ୟାଳୟର ୮ ଜଣିଆ ଟିମ୍ ଦିନ ୧୧ ଟାରୁ ଚଢାଉ ଜାରି ରଖିଛନ୍ତି। ଗହଣା ଦୋକାନରେ କାଗଜପତ୍ର ଯାଞ୍ଚ ଚାଲିଛି। ସମ୍ପୃକ୍ତ ଗହଣା ବ୍ୟବସାୟୀ କେତେ ପରିମାଣରେ ଜିଏସଟି ଫାଙ୍କିଛନ୍ତି ସେନେଇ ଚଢାଉ ଶେଷରେ ଜଣାପଡ଼ିବ ବୋଲି ଚଢ଼ାଉରେ ସାମିଲ ଅଧିକାରୀ କହିଛନ୍ତି।