ରାଜ୍ୟ

ପୋଖରୀରେ ବୁଡ଼ି ବ୍ୟକ୍ତିଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ

ଡବିଲ,୦୨/୧୦:ପୋଖରୀରେ ବୁଡ଼ି ବ୍ୟକ୍ତିଙ୍କ ମୃତ୍ୟୁ । ମୃତକ ଯୁଗୁଡ଼ିଦର ଗାଁର ୫୮ ବର୍ଷୀୟ ମହେନ୍ଦ୍ର ଲାଗୁରୀ ବୋଲି ଜଣାପଡ଼ିଛି । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଯୁଗୁଡ଼ିଦର ଗାଁରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ମହେନ୍ଦ୍ର ଲାଗୁରୀ ମଙ୍ଗଳବାର ସନ୍ଧ୍ୟାରେ ନିକଟସ୍ଥ ହାଟରୁ ଫେରିବା ପରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ।

ତେବେ ସେ ଗାଧୋଇବା ସମୟରେ ପୋଖରୀରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ବୁଧବାର ସକାଳୁ ତାଙ୍କ ମୃତଦେହ ଭାସୁଥିବାର ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ ।

ପରେ ଏନେଇ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା ପୋଲିସ । ଖବର ପାଇ ପରିବାର ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ପରିବାର ଲୋକଙ୍କ କହିବା କଥା ମହେନ୍ଦ୍ର ପହଁରା ଜାଣି ନ ଥିଲେ । ତେଣୁ ଏନେଇ ଯୋଡ଼ା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button