ରାଜ୍ୟ

୪୨୧ ଲିଟରଦେଶୀ ମଦ, ୯୨୧୦ କେଜି ମହୁଲପୋଚ ଜବତ

ରାଉରକେଲା: ବିଭିନ୍ନ ଅଞ୍ଚଳରେ ଚାଲିଥିବା ଦେଶୀ ମଦ ବିକ୍ରି, ଚୋରାଚାଲାଣ ଉପରେ ଅବକାରୀ ପୁଲିସ ଚଢ଼ଉ ଜାରି ରଖିଛି। ଏହି କ୍ରମରେ ଆଜି ଚଢ଼ଉକରି ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଥିବାବେଳେ ୩ ଅଭିଯୁକ୍ତଙ୍କୁ ନୋଟିସ୍ ଦିଆଯାଇଛି। ଅଭିଯୁକ୍ତମାନେ ହେଉଛନ୍ତି କଂସର ନିବାସୀ ପଞ୍ଚମୀ ଲୋହାର, ସେକ୍ଟର-୬ର ଶଙ୍କର ନାୟକ, ଝିରପାଣିର ମମତା ସିହ୍ନା, ସୋନାପର୍ବତର ହୀରାମଣି ଭୂମିଜ, ତୁମକେଲାର ଶୁକମଣୀ ଭୂମିଜ, ସେକ୍ଟର-୨ର ମୀନା ଜାନୀ, ସେକ୍ଟର-୭ ତାରାତରିଣୀପଲ୍ଲୀର ରାଜେଶ କେର୍କେଟା, ବିଶ୍ରା ମଣ୍ଡପ ଗାଁର ସାନିଆ ମୁଣ୍ଡାରୀ।

ଏତଦ୍ବ୍ୟତୀତ ୩ ଜଣ ଅଭିଯୁକ୍ତଙ୍କୁ ନୋଟିସ୍ ଦିଆଯାଇଛି।

ଅଭିଯୁକ୍ତଙ୍କ ପାଖରୁ ୪୨୧ ଲିଟର ବେଆଇନ ଦେଶୀ ମଦ ସମେତ ୯୨୧୦ କେଜି ମହୁଲ ପୋଚ ଜବତ ହୋଇଛି। ଅବକାରୀ ପୁଲିସ ପକ୍ଷରୁ ଆଜି ଝିରପାଣି, ସେକ୍ଟର-୭, ଟାଙ୍ଗରପାଲି, ଲାଠିକଟା, ରଘୁନାଥପାଲି ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଅତର୍କିତ ଚଢ଼ଉ କରିଥିଲା।

ଅଭିଯୁକ୍ତମାନେ ମହୁଲି ମଦ ପ୍ରସ୍ତୁତି, ଚୋରାଚାଲାଣରେ ବ୍ୟସ୍ତଥିବାବେଳେ ଅବକାରୀ ପୁଲିସ ଅଭିଯୁକ୍ତଙ୍କୁ କାବୁ କରିନେଇଥିଲା। ଅବକାରୀ ଇନ୍ସପେକ୍ଟର ମୋହନ ପ୍ରଧାନଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ଇନ୍ସପେକ୍ଟର ଦିଲ୍ଲୀପ କୁମାର ନାୟକ, ଓଆଇସି ମନୁ ଆୟେଲ, ଓଆଇସି ଆକାଶ ସାହୁ ଅବକାରୀ ମୋବାଇଲ ୟୁନିଟ୍ର ସବ୍-ଇନ୍ସପେକ୍ଟର ଅଜୟ ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button