ରାଜ୍ୟ
ଏସବିଆଇ ଏଟିଏମରୁ ଲୁଟ୍, ମେସିନ କାଟି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ନିମବାହାଳି ୨୦/୧୦: ଏଟିଏମ୍ ମେସିନରୁ ଲୁଟ୍। ମେସିନ୍ କାଟି ଲୁଟିନେଲେ ଲକ୍ଷାଧିକ ଟଙ୍କା। ଏପରି କିଛି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ବଜାରରେ।
ସୂଚନା ଅନୁଯାୟୀ, ବଜାର ମଧ୍ୟରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ୍ ରୁ ଦୁଇଟି ମେସିନ କଟା ଯାଇଛି। ଦୁର୍ବୃତ୍ତମାନେ ମେସିନ ଦୁଇଟିକୁ କାଟିବା ପରେ ଲକ୍ଷାଧିକ ଟଙ୍କା ଲୁଟ କରିନେଇଥିବା ଅନୁମାନ କରାଯାଇଛି ।
ଘଟଣା ସ୍ଥଳରେ ମୋଟଙ୍ଗା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଓ ପୁଲିସ ଟିମ୍ ପହଞ୍ଚି ସଦଳବେଳେ ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ଲୁଟେରାଙ୍କୁ ଧରିବାକୁ ଛାନଭିନ ଆରମ୍ଭ କରିଛନ୍ତି । ବିଳମ୍ବିତ ରାତିରେ ଏହି ଲୁଟ ହୋଇଥିବା ଜଣାପଡିଛି।