ଯଦି ସୋଇଥିବାର ଦେଖାଗଲେ ଏହି ୪ ଲୋକ ତେବେ ତୁରନ୍ତ ଉଠେଇ ଦିଅନ୍ତୁ,ନହେଲେ ହେଇଯିବ ବହୁତ ବଡ଼ କ୍ଷତି ।

ଆଚାର୍ଯ୍ୟ ଚାଣକ୍ୟ ଏବଂ ତାଙ୍କର ନୀତିଗୁଡିକ ବହୁତ ପ୍ରସିଦ୍ଧ |ଚାଣକ୍ୟ ତାଙ୍କ ସମୟର ଜଣେ ମହାନ ଅର୍ଥନୀତିଜ୍ଞ ଏବଂ ବୁଦ୍ଧିଜୀବୀ ଥିଲେ । ତାଙ୍କ ନୀତିରେ ସେ ଲୋକଙ୍କୁ ବଞ୍ଚିବାର ସଠିକ୍ ମାର୍ଗ କହିଥିଲେ । ଆଜିର ସମୟରେ ମଧ୍ୟ ତାଙ୍କର ବର୍ଣ୍ଣିତ ନୀତିଗୁଡିକ ସମ୍ପୂର୍ଣ୍ଣ ରୂପେ ଏକଦମ ସଠିକ୍ ହୋଇଛି । ଆମେ ସେଗୁଡିକୁ ଜୀବନକୁ ପରିଚାଳନା ରୂପରେ ବ୍ୟବହାର କରିପାରିବା ।
ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଗୁଡିକରେ ଏମିତି ୪ ଜଣ ଲୋକଙ୍କ ବିଷୟରେ ମଧ୍ୟ କହିଛନ୍ତି ଯାହାଙ୍କୁ ସୋଇଥିବାର ଦେଖିବା କ୍ଷଣି ତୁରନ୍ତ ଉଠେଇଦେବା ଉଚିତ । ଯଦି ଆପଣ ଏହିପରି ନକରନ୍ତି ତେବେ ବହୁତ ବଡ଼ କ୍ଷତି ହୋଇପାରେ । ଏହି ଚାରି ଜଣ ଲୋକ ଯଦି ଖରାପ ସମୟ ରେ ସୋଇଯିବେ ତେବେ ବହୁତ ହାନି ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଏହି ଲିଷ୍ଟ ରେ କିଏ କିଏ ସାମିଲ ଅଛନ୍ତି ।
ସେବକ କିମ୍ବା ଚାକର :-
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯଦି ଆପଣ ଜଣେ ସେବକ କିମ୍ବା ଚାକରକୁ କାମ ସମୟରେ ଶୋଇଥିବାର ଦେଖନ୍ତି, ତେବେ ତୁରନ୍ତ ତାଙ୍କୁ ଉଠାନ୍ତୁ । ଏହାର ଏକ ସରଳ କାରଣ ଅଛି । ଯଦି ସେହି ଚାକରର ମାଲିକ ତାଙ୍କୁ କାମ ସମୟରେ ଶୋଇଥିବାର ଦେଖନ୍ତି, ତେବେ ସେ ବହୁତ କ୍ରୋଧିତ ହେବେ । ଏହା ମଧ୍ୟ ସମ୍ଭବ ଯେ ସେହି ଚାକରର କାମ ଚାଲିଯାଇପାରେ । ଏପରି ପରିସ୍ଥିତିରେ,ଆପଣଙ୍କର ତାଙ୍କୁ ଉଠାଇବା ଦ୍ୱାରା ଜଣେ ଗରିବ ଲୋକର କାମ ବଞ୍ଚି ଯାଇପାରିବ ।
ଭୋକିଲା ଲୋକ :-
କାହାକୁ ଭୋକିଲା ଶୋଇଥିବାର ଦେଖିବା ଦ୍ୱାରା ତାଙ୍କୁ ଉଠାଇ ଦେବା ଉଚିତ୍ । ତେବେ ସେହି ବ୍ୟକ୍ତି ଆପଣଙ୍କର ଶତ୍ରୁ ହେଉ କିମ୍ବା ବିରୋଧୀ । କାହାକୁ ବି ଭୋକିଲା ପେଟରେ ଶୋଇବାକୁ ଦିଆଯିବା ଉଚିତ୍ ନୁହେଁ । ତାଙ୍କୁ କିଛି ଖାଇବାକୁ ଦିଆଯିବା ଉଚିତ୍ । ପ୍ରାୟତଃ ଦେଖାଯାଏ ଯେ ଲୋକମାନେ କ୍ରୋଧରେ ଖାଦ୍ୟ ଖାଆନ୍ତି ନାହିଁ ଏବଂ ଏହିପରି ଶୋଇବାକୁ ଚାଲି ଯାଆନ୍ତି ।ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ଆମକୁ ଆଗକୁ ଆସି ଦୟା ଦେଖାଇବା ଉଚିତ ଏବଂ ସେହି ଭୋକିଲା ଲୋକଙ୍କୁ ଖାଇବାକୁ ଦେବା ଉଚିତ୍ ।
ଷ୍ଟୁଡେଣ୍ଟ :-
ଷ୍ଟୁଡେଣ୍ଟ ସମାଜର ଭବିଷ୍ୟତ ହୋଇଥାନ୍ତି । ଯଦି ସେମାନେ ପଢ଼ି ଲେଖିପାରିବେ, ଜ୍ଞାନ ଆହରଣ କରିପାରିବେ, ତେବେ ସେମାନେ ଏହି ସମାଜର ସ୍ଥିତିକୁ ପରିବର୍ତ୍ତନ କରିପାରିବେ । ତେଣୁ ଯଦି ଆପଣ ଅଧ୍ୟୟନ କରୁଥିବା ସମୟରେ ଜଣେ ଷ୍ଟୁଡେଣ୍ଟ ଶୋଇ ଥିବାର ଦେଖନ୍ତି, ତେବେ ତାଙ୍କୁ ଉଠେଇ ଦିଅ । ନଚେତ୍ ତାଙ୍କର ଅଧ୍ୟୟନ କ୍ଷତିଗ୍ରସ୍ତ ହେବ । ଏହା ତାଙ୍କ ଭବିଷ୍ୟତକୁ ବିପଦରେ ପକାଇପାରେ । ଅଧ୍ୟୟନ କରିବା ସମୟରେ,ଷ୍ଟୁଡେଣ୍ଟ
କେବଳ ବହିଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ୍ । ଯଦି ସେ ଶୋଇଥାଏ,ଆପଣ ତାଙ୍କୁ ସାହାଯ୍ୟ କର ।
ଚୌକିଦାର :-
ଡ୍ୟୁଟିରେ ଥିବାବେଳେ ଯଦି ଆପଣ ଜଣେ ଶୋଇଥିବା ଚୌକିଦାରକୁ ଦେଖନ୍ତି, ତେବେ ତାଙ୍କୁ ତୁରନ୍ତ ଉଠାଦେବା ଉଚିତ୍ । ଗୋଟିଏ ଚୌକିଦାର କାନ୍ଧରେ ତାଙ୍କ ମାଲିକଙ୍କ ସମ୍ପତ୍ତିର ଦାୟିତ୍ୱ ରହିଥାଏ । ଯଦି ସେ ଶୋଇପଡେ ତେବେ କେହି ବି ଏହାର ଭୁଲ ଫାଇଦା ନେଇପାରନ୍ତି । ଏହା କେବଳ ମାଲିକର ସମ୍ପତ୍ତିକୁ ନଷ୍ଟ କରିବ ନାହିଁ, ବରଂ ସେହି ଗରିବ ଚୌକିଦାରର କାମକୁ ମଧ୍ୟ ବିପଦରେ ପକେଇବ । ତେଣୁ ଏହି କଥାକୁ ଧ୍ୟାନରେ ରଖନ୍ତୁ ।