ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କ କିପରି ହେବା ଉଚିତ ? ଆସନ୍ତୁ ଜାଣିବା

। ସୂଚନା ଅନୁସାରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ବିବାହ ପରେ ଏକ ଅତ୍ୟନ୍ତ ପବିତ୍ର ସମ୍ପର୍କ ଗଢି ଉଠିଥାଏ । ଏହି ସମ୍ପର୍କରେ ବାନ୍ଧି ହୋଇ ସାରିଲା ପରେ ସ୍ଵାମୀ ଓ ସ୍ତ୍ରୀ ଦୁହେଁ ଦୁହିଁଙ୍କର ଛୋଟ ବଡ ସବୁ ଦୋଷକୁ କ୍ଷମା କରି ନିଜର ଦାମ୍ପତ୍ୟ ଜୀବନ ଖୁସିରେ ଆଗକୁ ନେବା ପାଇଁ ପ୍ରୟାସ କରିଥାନ୍ତି । ଆଜି ଆପଣ ସେହିପରି ଏକ ପତିବ୍ରତା ନାରୀର ନିଜ ସ୍ଵାମୀ ପ୍ରତି ଥିବା ଭଲ ପାଇବା ସମ୍ପର୍କରେ ଜାଣିବା ।
ଥରେ ଏକ ଜମିଦାର ଘରର ପୁଅ ସହିତ ଏକ କନ୍ୟାର ବିବାହ ହେଲା । ବିବାହ ହେବାର କିଛି ଦିନ ପର୍ଯ୍ୟନ୍ତ ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କର ଦାମ୍ପତ୍ୟ ଜୀବନ ବହୁ ଦିନ ଖୁସିମୟ ରହିଲା । ତାପରେ ସ୍ଵାମୀ ଜଣଙ୍କ କୁଷ୍ଠ ରୋଗରେ ଶିକାର ହୋଇଗଲେ । ଏହି କଥା ପରେ ସେହି କୁଷ୍ଠ ରୋଗୀ ଠାରୁ ତା’ ର ପରିବାର ସଦସ୍ୟ ତଥା ଅନ୍ୟ ଲୋକମାନେ ଧୀରେ ଧୀରେ ଦୂରେଇବା ପାଇଁ ଚେଷ୍ଟା କରିଲେ ।
ଏହା ସତ୍ବେ ସ୍ତ୍ରୀ ଜଣଙ୍କ କିନ୍ତୁ ନିଜ ସ୍ଵାମୀର ଏପରି ଅବସ୍ତା ଦେଖି ତାଙ୍କ ଠାରୁ ନିଜକୁ ଦୂରେଇ ନଦେଇ ତାଙ୍କର ସେବା ସୁଶୃଷା କରିବା ଆରମ୍ଭ କରିଦେଲା । ଏହିପରି ଭାବରେ ସ୍ତ୍ରୀ ଜଣଙ୍କ ନିଜର ପାତୀବ୍ରତା ଧର୍ମର ପାଳନ କରି ନିଜର ସ୍ଵାମୀର ସବୁବେଳେ ଯତ୍ନ ନେବା ସହ ଅନ୍ୟ କୌଣସି ପୁରୁଷ ପ୍ରତି ମଧ୍ୟ ଆକର୍ଷିତ ହୋଇ ସ୍ଵାମୀର ହାତ ଛାଡିଲା ନାହିଁ ।
ଥରେ ସ୍ଵାମୀ ଓ ସ୍ତ୍ରୀ କୌଣସି ଏକ କାମରେ ଯାତ୍ରା କରୁଥିଲେ । ସ୍ଵାମୀ ଓ ସ୍ତ୍ରୀ ଜଣଙ୍କ କିଛି ବାଟ ଚାଲିଲା ପରେ ସ୍ଵାମୀ ଜଣଙ୍କ କୁଷ୍ଠ ରୋଗୀ ହୋଇଥିବାରୁ ବହୁତ ବାଟ ପାଦରେ ଯାତ୍ରା କରିପାରିଲା ନାହିଁ । ତାପରେ ସ୍ଵାମୀ ଜଣଙ୍କୁ କାନ୍ଧରେ ବସାଇ ସ୍ତ୍ରୀ କଷ୍ଟ କରି ଆଗକୁ ବଢିଲା । କିଛି ବାଟ ଚାଲିଲା ପରେ ଏକ ଜଙ୍ଗଲିଆ ରାସ୍ତାରେ ଏକ ବାବାଜୀ ଜଣଙ୍କ ଧ୍ୟାନମଗ୍ନ ହୋଇ ବସିଥିଲେ । ସ୍ତ୍ରୀ ଜଣଙ୍କ ସ୍ଵାମୀଙ୍କୁ କାନ୍ଧେଇ ନେବା ସମୟରେ ଭୁଲରେ ସ୍ଵାମୀଙ୍କ ପାଦ ସେହି ବାବାଜୀଙ୍କ ଦେହରେ ବାଜି ବାବାଜୀଙ୍କ ଧ୍ୟାନ ଭଙ୍ଗ ହୋଇଗଲା ।
ତାପରେ ବାବାଜୀ ଜଣଙ୍କ କ୍ରୋଧ ବଶତଃ ସ୍ଵାମୀକୁ ଅଭିଶାପ ଦେଲେ । ତୁମର ସକାଳ ହେବା କ୍ଷଣି ସୂର୍ଯ୍ୟ ଉଦୟ ହେଲେ ତୁମର ମୃତ୍ୟୁ ହୋଇଯିବ । ଏହି କଥା ଶୁଣି ସ୍ଵାମୀ ଓ ସ୍ତ୍ରୀ ଉଭୟ ଦୁଃଖରେ ଭାଙ୍ଗିପଡିଲେ । ତାପରେ ସ୍ତ୍ରୀ ଜଣଙ୍କ ସୂର୍ଯ୍ୟ ଦେବଙ୍କୁ କହିଲା । ହେ ପ୍ରଭୁ ସୂର୍ଯ୍ୟଦେବ ଯଦି ମୁଁ ପ୍ରକୃତରେ ମୋର ପତି ଧର୍ମ ପାଳନ କରିଥିବୀ । ତେବେ ମୋର ପତିବ୍ରତା ଗୁଣ ପାଇଁ କାଲି ସକାଳେ ସୂର୍ଯ୍ୟ ଉଦୟ ହେବ ନାହିଁ କି ମୋ ସ୍ଵାମୀର ମୃତ୍ୟୁ ମଧ୍ୟ ହେବ ନାହିଁ ।
ଏହି କଥା ପତିବ୍ରତା ମହିଳା ମୁଖରୁ ଶୁଣି ସୂର୍ଯ୍ୟଦେବ ମଧ୍ୟ ସକାଳୁ ଉଦୟ ହୋଇଲେ ନାହିଁ । ସୂର୍ଯ୍ୟ ଉଦୟ ନହେବା ଦେଖି ଦେବତାଗଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ତାପରେ ସ୍ଵୟଂ ସତୀ ଅନୁଶୟା ସେହି ପତିବ୍ରତା ନିକଟକୁ ଆସିଲେ । ତାପରେ ସତୀ ଅନୁଶୟା ମହିଳା ଜଣଙ୍କୁ କହିଲେ । ମୁଁ ତୁମ ସତୀତ୍ଵ ଓ ପତିବ୍ରତା ଗୁଣକୁ ପ୍ରଶଂସା କରୁଛି । ତୁମେ ବ୍ୟସ୍ତ ହୁଅ ନାହିଁ ।
ମୁଁ ତୁମ ସ୍ଵାମୀର ଜୀବନ ଦାନ ହେବାର ଆଶ୍ରୀବାଦ ଦେଉଛି । ସୂର୍ଯ୍ୟ ଅସ୍ତ ହେଲେ ମଧ୍ୟ ତୁମ ସ୍ଵାମୀର କିଛି ହେବ ନାହିଁ । ତାପରେ କିଛି ସମୟ ମଧ୍ୟରେ ସୂର୍ଯ୍ୟ ଉଦୟ ହେବାରୁ କୁଷ୍ଠ ରୋଗୀ ସ୍ଵାମୀର ମୃତ୍ୟୁ ହୋଇଗଲା । ସତୀ ଅନୁଶୟା ଦେଇଥିବା ବଚନ ଅନୁସାରେ ନିଜର ସତୀତ୍ଵର ଶକ୍ତି ବଳରେ କୁଷ୍ଠ ପୁନଶ୍ଚ ରୋଗୀର ଜୀବନ ଦାନ ଦେବା ସହିତ ତା’ ର କୁଷ୍ଠ ରୋଗକୁ ମଧ୍ୟ ଭଲ କରିଦେଲେ ।