ରାଜ୍ୟ
ନାଲଗୁଣ୍ଡା ଛକରେ ରାସ୍ତା ତଳକୁ ଓଲଟିଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ

ଚାନ୍ଦବାଲି,୩୦/୮ : ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ନାଲଗୁଣ୍ଡା ଛକ ନିକଟରେ ସଡ଼କ ଦୁର୍ଘଟଣା । ରାସ୍ତା ତଳକୁ ଓଲଟିଲା ଏକ ସ୍କୁଲ ଭ୍ୟାନ । ଫଳରେ ସେଥିରେ ଥିବା ୧୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ପ୍ରକାଶ ଯେ, ଦିଗଛିଆ ନିକଟସ୍ଥ ଉତ୍କଳ ମଣି ଗୋପବନ୍ଧୁ ବିଦ୍ୟା ମନ୍ଦିରରୁ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍କୁଲ ଭ୍ୟାନ ଫେରୁଥିଲା ।
ଏହି ସମୟରେ ନାଲଗୁଣ୍ଡା ଛକ ନିକଟରେ ଦୁର୍ଘଟଣା ଘଟାଇ ସ୍କୁଲ ଭ୍ୟାନଟି ଏକ ପୋଖରୀ ମଧ୍ୟକୁ ଓଲଟି ପଡ଼ିଥିଲା l ଏଥିରେ ୧୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୁରୁତର ହୋଇ କିଛି ତିହିଡି ମେଡ଼ିକାଲ ଓ ଚାନ୍ଦବାଲି ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି l