ରାଜ୍ୟ

ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ଚଢାଉ, ଜଙ୍ଗଲରୁ ଏକ କୁଇଣ୍ଟାଲ ୬୦କେଜି ଗଞ୍ଜେଇ ଜବତ

ମାଲକାନଗିରି,୨୬/୧୦: ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ଚଢାଉ କରାଯାଇଛି । ବାହାର ରାଜ୍ୟକୁ ଚୋରା ଚାଲାଣ ନିମନ୍ତେ ଜଙ୍ଗଲରେ ଲୁଚାଇ ରଖଯାଇଥିବା ଏକ କୁଇଣ୍ଟାଲ ୬୦କେଜି ଗଞ୍ଜେଇ ଜବତ କରାଯାଇଛି । ମାଲକାନଗିରି ଜିଲ୍ଲାରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ପିପଲପଦର ଗ୍ରାମର ଘଞ୍ଚ ଜଙ୍ଗଲରେ ବହୁ ପରିମାଣରେ ବେଆଇନ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଗଚ୍ଛିତ ଅଛି ବୋଲି ଏକ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲା ଅବକାରୀ ବିଭାଗ ।

ଖବର ପାଇ ମାଲକାନଗିରି ଜିଲ୍ଲା ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ରେଞ୍ଜ ଇନ୍ସପେକ୍ଟର ସନ୍ତୋଷ କୁମାର ବଳଙ୍କ ନେତୃତ୍ତ୍ୱରେ ଅବକାରୀ ଟିମ୍ ଜଙ୍ଗଲରେ ଚଢାଉ କରିଥିଲା । ଉକ୍ତ ରେଡ୍ରେ ଜଙ୍ଗଲ ମଧ୍ୟରେ ଲୁଚାଯାଇଥିବା ୧୬୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଗଞ୍ଜେଇକୁ ଜବତ କରିବା ପରେ ମାଲକାନଗିରି ରେଞ୍ଜ ଅଫସରେ ଏକ ଦାବିହୀନ ଅବକାରୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି।

ଉକ୍ତ ଚଢାଉ ସମୟରେ ଅବକାରୀ ଉପ ନିରୀକ୍ଷକ ଅଶେଷ କୁମାର ନାୟକ, ଅମିୟ କୁମାର ଖଞ୍ଜା, ହେମନ୍ତ ବାଘ, ସହାୟକ ଉପ ନିରୀକ୍ଷକ ଜେମେସ ମାଲଖୋମ ସାହୁ, ପ୍ରଦୀପ କୁମାର ନାୟକ, ସୁରେନ୍ଦ୍ର କୁମାର ମାଝୀ, କନଷ୍ଟେବଲ ଗୋବିନ୍ଦ ବେଞ୍ଜମୀ,ପାଣ୍ଡବ ଟୁଡୁ, ବିପୁଳ ଶେଖର ଯୋଦ୍ଦର୍,ଆନନ୍ଦ ପ୍ରଧାନ,କାହ୍ନୁଚରଣ ମଲ୍ଲିକ, ପ୍ରମୁଖ ଉପସ୍ଥିତ ଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button